ବନ୍ଧା ହେଲେ ସେକ୍ସନ ଅଫିସର
ପୁରୀ : କର୍ମଚାରୀମାନଙ୍କୁ ଇଲେକ୍ଟି୍ରକ୍ ଭେହିକିଲ ଆଡ଼ଭାନ୍ସ ଅର୍ଥ ପ୍ରଦାନ କରିବା ପାଇଁ ୯ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଉପଖଣ୍ଡ ପ୍ରାଣୀ ଚିକିସôା କାର୍ଯ୍ୟାଳୟର ସେକ୍ସନ ଅଫିସର ମନୋଜ ମହାନ୍ତି । ୬ ଜଣ କର୍ମଚାରୀଙ୍କର ଇଲେକ୍ଟି୍ରକ୍ ଭେହିକିଲ୍ ଅଗ୍ରୀମ ଅର୍ଥ ଉଠାଇବା ପାଇଁ ଶ୍ରୀ ମହାନ୍ତି ୯ ହଜାର ଟଙ୍କା ଦାବି କରିଥିଲେ । ଏନେଇ ଜଣେ କର୍ମଚାରୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ମହାନ୍ତିଙ୍କୁ ଗିରଫ କରିଛନ୍ତି । ତାଙ୍କ ଠାରୁ ୯ହଜାର ଟଙ୍କା ଜବତ କରାଯାଇଛି । କଟକ ସ୍ଥିତ ୪୨ମଉଜାରେ ଥିବା ଘର ଏବଂ ତାଙ୍କର ଗ୍ରାମ ମାହାଙ୍ଗା ଏବଂ ଅଫିସ ରୁମ୍ର ତଦନ୍ତ କରାଯାଉଛି । ତାଙ୍କୁ ଭିଜିଲାନ୍ସ କୋର୍ଟକୁ ପଠାଇ ଦିଆଯାଇଛି ।