ଶିଶୁଯତ୍ନ ଅନୁଷ୍ଠାନ କର୍ମଚାରୀଙ୍କୁ ତାଲିମ
ପୁରୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଳା ପ୍ରଶାସନ ପକ୍ଷରୁ ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀଙ୍କୁ ଶିଶୁମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ସେବା ଏବଂ ଯୋଜନା ସଂପର୍କରେ ତାଲିମ ପ୍ରଦାନ କରାଯାଇଛି । ଜିଲ୍ଳା ଚିକିସôା ଓ ଜନସ୍ୱାସ୍ଥ୍ୟା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ଜିଲ୍ଳା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଅକ୍ଷୟ କୁମାର ଶତପଥୀ । ଏହି ଅବସରରେ ସେ କହିଥିଲେ ଯେ ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ । ସେମାନଙ୍କ ସ୍ୱାସ୍ଥ୍ୟ ଠିକ୍ ରହିଲେ ଦେଶ ଆଗକୁ ବଢିବ । ତେଣୁ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ସ୍ୱାସ୍ଥ୍ୟ ସେବା ଗୁଡ଼ିକ ବିଷୟରେ ଜାଣି ଆବଶ୍ୟକତା ଅନୁସାରେ ଶିଶୁଯତ୍ନ ଅନୁଷ୍ଠାନରେ କାର୍ଯ୍ୟକାରୀ କରିବା ଜରୁରୀ । ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷ ଡ଼ା. ଅଜିତ କୁମାର ମହାପାତ୍ର ସମସ୍ତ ଶିଶୁଯତ୍ନ ଅନୁଷ୍ଠାନ ସ୍ୱାସ୍ଥ୍ୟ ବିଭାଗ ସହ ନିରନ୍ତର ସଂପର୍କ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଶିଶୁରୋଗ ବିଶେଷଜ୍ଞ ଡ଼ା. ସୂର୍ଯ୍ୟନାରାୟଣ ମିଶ୍ର ଆଶୁଚିକିସôା ଓ ଏହାର ପରିଚାଳନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ସଂକ୍ରାମକ ରୋଗ ବିଶେଷଜ୍ଞ ଡ଼ା. ଶିଳ୍ପୀ ଦାସ ଓ ସହଯୋଗୀ ଉମାକାନ୍ତ ରାଉତ, ଇ-ସଞ୍ଜୀବନୀ ଓ ଟେଲି ପରାମର୍ଶ ସଂପର୍କରେ ଆଲୋଚନା କରିଥିଲେ ।