ପରିମଳ ସୁଧାର ନେଇ ପଦକ୍ଷେପ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଦାଣ୍ଡକୂଳ ଝାଡାବାନ୍ତି ଆକ୍ରାନ୍ତଙ୍କ ମଧ୍ୟରୁ ଜନୈକ ବ୍ୟକ୍ତିଙ୍କ ଠାରେ ହଇଜା(କଲେରା) ଭୂତାଣୁ ଚିହ୍ନଟ ହେବା ପରେ ସଂପୃକ୍ତ ପରିବାରକୁ ସ୍ୱତନ୍ତ୍ର ଚିକିସôା ଜାରି ରହିଛି । ଗତ ୪୮ ଘଣ୍ଟା ମଧ୍ୟରେ କୌଣସି ନୂତନ ଆକ୍ରାନ୍ତ ମେଡିକାଲ ଯାଇଥିବା ସୂଚନା ହସ୍ତଗତ ହୋଇନାହିଁ ବୋଲି ବିରୋଳି ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ତପନ କୁମାର ବେହୁରିଆ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଗ୍ରାମ ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ସୋମବାର ମେଡିକାଲ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ବିଶେଷ କରି ପାନୀୟ ଜଳ ଉସô ନଳକୂପ ଚତୁଃପାଶ୍ୱର୍କୁ ପରିଷ୍କାର କରାଯିବା ସହ ଅଳିଆ ଆବର୍ଜ୍ଜନା ପରିଚାଳନା ପାଇଁ ଅନୁମୋଦିତ ଉପାୟ ଗ୍ରହଣ କରିବାକୁ ‘ଗାଁ କଲ୍ୟାଣ ସମିତି’ ଉପରେ ଦାଇତ୍ୱ ଅର୍ପଣ କରାଯାଇଛି । ଆଗାମୀ ୨ ଦିନ ମଧ୍ୟରେ ଗ୍ରାମର ପରିମଳ ବ୍ୟବସ୍ଥାରେ ସୁଧାର ଆଣି ଅନୁକୂଳ ପରିବେଶ ସୃଷ୍ଟି କରାଯିବ ବୋଲି ଡା. ବେହୁରିଆ ସୂଚନା ଦେଇଛନ୍ତି । ସେହିପରି ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଝାଡାବାନ୍ତି ଆକ୍ରାନ୍ତ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଓ.ଆର.ଏସ. ବିତରଣ କରିବା ସହ ମାର୍ଗଦର୍ଶିକା ସମ୍ପର୍କରେ ସଚେତନ କରୁଥିବା ଦେଖାଯାଇଛି ।