ଖାଲଢିପରେ ଭର୍ତ୍ତି କମଳପୁର-ବାସୁଦେବପୁର ରାସ୍ତା
ାା ପ୍ରଭାନୁ୍ୟଜ ।ା ବରୁଅାଁ: ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ହେଉ ଗମନାଗମନ ସୁବିଧା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ବିନିଯୋଗ କରି ରାସ୍ତା ନିର୍ମାଣ ଓ ମରାମତି କରୁଛନ୍ତି । ହେଲେ ସରକାରଙ୍କ ଏହି ଯୋଜନା କେତେକ ଅସାଧୁ ଠିକାଦାର ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡ଼ୁଛି । ଫଳରେ ଯାତାୟତ କ୍ଷେତ୍ରରେ ଲୋକମାନେ ବହୁ ଅସୁବିଧାର ସମ୍ନୁଖିନ ହେଉଛନ୍ତି ।
ଯାଜପୁର ବ୍ଲକ ବୁଢ଼ା ନଦୀ ସେତୁ ନିକଟରୁ କମଳପୁର, ବାସୁଦେବପୁର ଆଡକୁ ଯାଇଥିବା ପୂର୍ତ୍ତ ବିଭଗ ନଦୀବନ୍ଧଟି ସେଥିରୁ ବାଦ ପଡ଼ି ନାହିଁ । ଏହିନଦୀ ବନ୍ଧଟି ପୂର୍ତ୍ତ ବିଭାଗ ଅଧିନରେ ଥିବାବେଳେ ରାସ୍ତାର ମରାମତି କୌଣସି ଦିନ ହେଉ ନଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହଶହ ବାଲି ବୋଝେଇ ହାଇୱା ଯାତାୟତ ହେତୁ ଅନେକ ସ୍ଥାନରେ ବଡ ବଡ ଖାଲ ଖମା ସ୍ରୁଷ୍ଟି ହୋଇଯାଇଛି । ବିଶେଷ କରି ବିଭିନ୍ନ ନଦୀର ବାଲିଘାଟରୁ ଶହ ଶହ ଟ୍ରିପ ବାଲି ବୋଝେଇ ହାଇବା ଯାତାୟତ କରି ୨୦ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏହି ରାସ୍ତାର ଅନେକ ରାସ୍ତା ଖାଲଢିପରେ ସ୍ରୁଷ୍ଟି ହୋଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହେଉଛି । ଏହି ରାସ୍ତା ଦେଇ ଦେଇ ବିଭିନ୍ନ ପଞ୍ଚାୟତର ଲୋକେ ବ୍ଲକ, ତହସିଲ, ଡ଼ାକ୍ତରଖାନାକୁ ଯାତାୟତ କରିଥାନ୍ତି । ଶହଶହ ପିଲା ମଧ୍ୟ ସ୍କୁଲ, କଲେଜ ଏହି ରାସ୍ତା ଦେଇ ଯାଇଥାନ୍ତି । ରାସ୍ତାର ଅନେକ ସ୍ଥାନରେ ଖାଲ ଖମା ସୃଷ୍ଟି ହେବା ସହ ସ୍ଥାନେ ସ୍ଥାନେ ବାଲି ଗଦା ହୋଇଥିବା ଯୋଗୁଁ ଲୋକମାନେ ବହୁ ସମସ୍ୟା ସହ ଛୋଟ ବଡ଼ ଦୁର୍ଘଟଣାରେ ଶିକାର ହେଉଛନ୍ତି । ବିଶେଷ କରି ବାଲି ମାଫିଆମାନଙ୍କ ପାଇଁ ଏହି ରାସ୍ତା ନଷ୍ଟ ହୋଇଥିବା କଥା ସ୍ଥାନୀୟ ଲୋକେ କହୁଛନ୍ତି । ଯାହା ଦ୍ୱାରା ସାଧାରଣ ରାସ୍ତା ଗଲା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହା ଉପରେ ଯାଜପୁର ଜିଲାପାଳ ଓ ବିଭାଗୀୟ ସଚିବ ଦ୍ରୁଷ୍ଟି ଦେବାପାଇଁ ଦାବି ହୋଇଛି ।