ପରୀକ୍ଷା ବେଳେ ପର୍ଯ୍ୟବେକ୍ଷକଙ୍କ ଦୁର୍ବ୍ୟବହାର
ତିହିଡ଼ି : ଭଦ୍ରକ ଜିଲ୍ଲା ·ନ୍ଦବାଲି ବ୍ଲକ ଘଣ୍ଟେଶ୍ୱର କନିଷ୍ଠ ମହାବିଦ୍ୟାଳୟରେ ୨ୟ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରତିଦିନ ପରି ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀଙ୍କ ପକ୍ଷରୁ ମିଳିତ ଭାବେ ରାଜ୍ୟ ସ୍ୱୀକୃତି ପ୍ରାପ୍ତ ସଂଗୀତ "ବନେ୍ଦ ଉକôଳ ଜନନୀ " ଗାନ କରାଯାଉଥିବା ସମୟରେ ବିଏନଏମ୍ଏ ମହାବିଦ୍ୟାଳୟର ଅଧ୍ୟାପିକା ଭାଗ୍ୟଶ୍ରୀ ଦାଶ ଓ ଅଧ୍ୟାପିକା ପ୍ରିୟଙ୍କା ସାହୁ ପରୀକ୍ଷା ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋପାଳ ପ୍ରସାଦ ମହାପାତ୍ର ଦୁଇ ପର୍ଯ୍ୟବେକ୍ଷକଙ୍କୁ ରାଜ୍ୟସ୍ତରୀୟ ସଂଗୀତ ଗାନ କାର୍ଯ୍ୟକ୍ରମକୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ନିବେଦନ କରିଥିଲେ । ହେଲେ ଦୁଇ ପର୍ଯ୍ୟବେକ୍ଷକ ବେଖାତିର କରି ରାଜ୍ୟସ୍ତରୀୟ ସଂଗୀତକୁ ଅସମ୍ମାନିତ କରି ମହାବିଦ୍ୟାଳୟ କାର୍ଯ୍ୟାଳୟରେ ବସି ରହିଥିଲେ । ପରେ ପରୀକ୍ଷା ଆରମ୍ଭ ହେବା ମାତ୍ରକେ ପର୍ଯ୍ୟବେକ୍ଷକ ଭାଗ୍ୟଶ୍ରୀ ଦାଶ ବଡ ପାଟିରେ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହା ଗୋଟିଏ କପି ସେଣ୍ଟର, ସବୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ମୁଁ ଅନ୍ଧାର କରିଦେବି’ ବୋଲି ବଡ ପାଟିରେ ଚିକôାର କରିଥିଲେ । ଅଭିଯୋଗ କଲେ ଛାତ୍ରଛାତ୍ରୀ ଯାହା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ବାଧାପ୍ରାପ୍ତ ହୋଇଥିଲା । ଛାତ୍ରଛାତ୍ରୀ ମାନେ ମାନସିକ ସ୍ତରରେ ଖୁବ୍ ଆଘାତ ପାଇଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଚେକିଂ କରିବା ପାଇଁ ଏହି ଦୁଇ ଅଧ୍ୟାପିକାଙ୍କୁ ଅନୁମତି ମିଳି ନଥିବା ବେଳେ ବେଆଇନ ଭାବେ ସେମାନଙ୍କୁ ଏହି ଦୁଇ ପର୍ଯ୍ୟବେକ୍ଷକ ଚେକିଂ କରି ଉଦେ୍ଦଶ୍ୟମୂଳକ ଭାବେ ମାନସିକ ନିର୍ଯ୍ୟାତନା ଦେଇଥିଲେ । ଏହି ହାବିଦ୍ୟାଳୟକୁ ଜଣେ ପର୍ଯ୍ୟବେକ୍ଷକ ଯିବାର ଅନୁମତି ଥିବା ବେଳେ ବେଆଇନ ଭାବେ ଏହି ଦୁଇ ପର୍ଯ୍ୟବେକ୍ଷକ ପହଂଚି ସେଠାରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଏହି ଦୁଇ ପର୍ଯ୍ୟବେକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଭଦ୍ରକ ଛାତ୍ର ମଞ୍ଚପକ୍ଷରୁ ଭଦ୍ରକ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପ୍ରତିନିଧି ଦଳରେ ଭଦ୍ରକ ଛାତ୍ର ମଂଚର ସଭାପତି ବିକାଶ ନାଥ, ସଂପାଦିକା ରୁଚିସ୍ମିତା ବାରିକ୍, ଘଣ୍ଟେଶ୍ୱର ମହାବିଦ୍ୟାଳୟ ପ୍ରତିଷ୍ଠାତା ସଭ୍ୟ ଆଇନଜୀବି ଗିରିଧାରୀ ନାଥ, ଛାତ୍ର ନେତ୍ରୀ ଗିତାଞ୍ଜଳୀ ମହାଳିକ, ସୀତା ମାଝି, ଛାତ୍ର ନେତା ସାଗର ରାଉତ, ବିଶ୍ୱଜିତ ଜେନା, ପାର୍ଥସାରଥି ପାତ୍ର ଓ ସୁଜିତ କୁମାର ପାକଳ ପ୍ରମୁଖ ଉପସ୍ଥିତ ଥିଲେ । ସଂପୃକ୍ତ ଦୁଇ ପର୍ଯ୍ୟବେକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗେଲ ଆଗାମୀ ଦିନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭଦ୍ରକ ଛାତ୍ର ମଞ୍ଚ ପକ୍ଷରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।