ପାଇଖାନା ଟାଙ୍କିରେ ପଡ଼ି ୩ ମୃତ
ବଡ଼ମ୍ବା : ପାଇଖାନା ଟାଙ୍କିରେ ପଡ଼ି ତିନି ଜଣଙ୍କର ମୃତ ଘଟିଛି । ଏଭଳି ଏକ ଅଭାନୀୟ ଘଟଣା ଘଟିଛି ବଡ଼ମ୍ବା ଥାନା ଅନ୍ତରର୍ଗତ ରଗଡ଼ିପଡ଼ା ଗ୍ରାମରେ । ମାମୁଁ ଘର ବୁଲି ପାଇଁ ଆସିଥିଲା ବେଳେ ପାଇଖାନା ଟାଙ୍କିରେ ପଡ଼ି ମୃତ । ମୃତକଙ୍କ ମଧ୍ୟରେ ଦୁଇ ନାବାଳକ ଥିବା ବେଳେ ଆଉ ଜଣେ ନାବାଳିକା । ପାଇଖାନା ଟାଙ୍କି ପାଖରେ ସାଙ୍ଗ ହୋଇ ଖେଳୁଥିବା ସମୟରେ ଅସାବଧାନତା କାରଣରୁ ଟାଙ୍କି ଭିତରେ ଖସି ପଡ଼ି ଥିଲେ । ଯାହାଫଳରେ ଟାଙ୍କିରେ ପଡ଼ି ଯିବା ଦ୍ୱାରା ସ୍ୱାଶରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି । ସେମାନେ ହେଲେ ୩ ବର୍ଷୀୟ ଶୁଭମ, ୯ ବର୍ଷୀୟ ଅଙ୍କିତ ନାୟକ ଏବଂ ୭ ବର୍ଷୀୟା ଶିବାନୀ । ଏମାନଙ୍କ ଘର ବଡ଼ରାବେଣା ଏବଂ ଇଚ୍ଛାପୁର ଅଞ୍ଚଳରେ । ସମସ୍ତେ ନିଜ ନିଜ ମାମୁଁଘର ରଗଡ଼ିପଡ଼ାକୁ ବୁଲିବାକୁ ଆସିଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।