ପାଚିକାଙ୍କ ମଧ୍ୟରେ ରନ୍ଧନ ପ୍ରତିଯୋଗିତା 

 ବରୀ: ବରୀ ମଣ୍ଡଳ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍କୁଲ ଗଣଶିକ୍ଷା ବିଭାଗ ପକ୍ଷରୁ ମଣ୍ଡଳସ୍ତରୀୟ ପାଚିକାଙ୍କ ମଧ୍ୟ୍ୟରେ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବ୍ଲକରେ ମୋଟ ୧୮୨ ଟି ସ୍କୁଲର ୩୯୬ ଜଣ ପାଚିକା ମଧ୍ୟରେ ଆଞ୍ଚଳିକ ସାଧନକେନ୍ଦ୍ରସ୍ତରୀୟ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହେକ୍ଷଇଥିଲା । ସେମାନଙ୍କ ମଧ୍ୟ୍ୟରେ ୯ ଜଣ ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନିତ ହୋଇଥିଲେ । ସେମାନଙ୍କ ଦ୍ୱାରା ପ୍ରସ୍ତୁତି ଖାଦ୍ୟର ସ୍ୱାଦ ତଥା ଗୁଣବତାକୁ ବିଚାରକୁ ନେଇ ବିଚାରକ ଯାଞ୍ଚ କରି ମଲ୍ୟାୟନ କରିଥିଲେ । ବିଚାରକ ଭାବେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଫୁଲ ନାୟକ, ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗର ଡାକ୍ତର ବି. ରିତୁପୂର୍ଣ୍ଣା ଶୁଭସ୍ମିତା, ମଣ୍ଡଳ ସହ ଶିକ୍ଷାଅଧିକାରୀ ସୁରେନ୍ଦ୍ର ସାହୁ, ବିଆରସିସି ଜଳଧର ଖଟୁଆ, ସିଆରସିସି ଚକ୍ରଧର ମୁଦୁଲି, ଡିଓ ଭାନୁମତି ମଲ୍ଲିକ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ଗୋବିନ୍ଦାବାଟି ପ୍ରାଥମିକ ସ୍କୁଲ ପାଚିକା ପ୍ରଣତୀ ସାହୁ (ପ୍ରଥମ), କାଇପଡା ହାଇସ୍କୁଲ ପ୍ରଣତି ସାମଲ (ଦ୍ୱିତୀୟ), ବରୀ ଉପ୍ରା ସ୍କୁଲ ସୁମିତ୍ରା ରଥ ଓ ଅଲିଆବାଦ ନୋଡାଲ ଉପ୍ରା ବିଦ୍ୟାଳୟ ଜୟନ୍ତୀ ଶାନ୍ତି ଯୁଗ୍ମ (ତୃତୀୟ) ସ୍ଥାନ ଅଧିକାର କରିଥିଲେ ।