ପାଚିକା ସହାୟିକା ସଂଘର ଦାବିପତ୍ର
କେନ୍ଦ୍ରାପଡା : ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ କେନ୍ଦ୍ରାପଡା ଶାଖା ଓ ଏଆଇଟିୟୁସି ମିଳିତ ଆନୁକୂଲ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ୯ଦଫା ଦାବିପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ସଂଘର ଶତାଧିକ ପାଚିକା ଓ ସହାୟିକା କର୍ମଚାରୀମାନେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ସେମାନଙ୍କର ନାର୍ଯ୍ୟ ଦାବିକୁ ପୂରଣ କରିବା ପାଇଁ ଦାବି କରିଛନ୍ତି । ଏହି ଦାବିଗୁଡିକ ମଧ୍ୟରେ ପାଚିକା ପାଉଥିବା ୨ ହଜାର ଟଙ୍କା ମାସିକ ଦରମାକୁ ବୃଦ୍ଧି କରାଯିବା, କାମ କରି ପାରୁଥିବା ପାଚିକାଙ୍କୁ କାମରୁ ବାହାର ନକରିବା, ୬୫ ବର୍ଷ ପର୍ଯ୍ୟନ୍ତ ପାଚିକାଙ୍କୁ କାମ କରିବାକୁ ସୁଯୋଗ ଦିଆଯିବା, ଛଟେଇ ପାଚିକାଙ୍କୁ ତୁରନ୍ତ ନିଯୁକ୍ତି, ସର୍ବନିମ୍ନ ପେନଶନ ବ୍ୟବସ୍ଥା, ପ୍ରତ୍ୟେକ ୨୫ ଜଣ ଛାତ୍ରଛାତ୍ରୀରେ ଜଣେ ପାଚିକା ନିଯୁକ୍ତି ଦେବା ଆଦି ଦାବିଗୁଡିକ ରହିଛି । ଜିଲ୍ଲା ସଭାପତି ସୁହାନା ବେଗମଙ୍କ ନେତୃତ୍ୱରେ ସମ୍ପାଦକ ଶୋଭାଗିନୀ ପତି, ଗଜେନ୍ଦ୍ରନାଥ ନାୟକ, ଆଡ଼ଭୋକେଟ୍ ରମଣୀ ରଞ୍ଜନ ରାଉତରାୟ, ମାଳତୀ ବେହେରା, ଯମୁନା ସାହୁ, ନିର୍ମଳାନାଥ ଶର୍ମା, ରଶ୍ମିତା ସାହୁ ପ୍ରମୁଖ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।