ପାଣିକୋଇଲିରେ ଅଶୋକ ଦାସଙ୍କ ଶ୍ରାଦେ୍ଧାତ୍ସବ

 ପାଣିକୋଇଲି: ପାଣିକୋଇଲିରେ କୋରେଇର ପୂର୍ବତନ ବିଧାୟକ  ଅଶୋକ ଦାସଙ୍କ ୧୬ତମ  ବାର୍ଷିକ ଶ୍ରାଦେ୍ଧାସôବପାଳିତ ହୋଇଛି । ସକାଳୁ ମାତାରିଣୀ ପୀଠରେ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିଲା । ପରେ ସ୍ମୃତିଚାରଣ ସଭା ସୁବାସ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମା ତାରିଣୀ ପୂଜକ ସୂର୍ଯ୍ୟମଣି ପଣ୍ଡାଙ୍କ ବେଦ ପାଠ କରିଥିଲେ । ଅଶୋକ ଦାସ ଓ ତାଙ୍କ ସହଯୋଗୀ କିଶୋର ଚନ୍ଦ୍ର ମଲ୍ଲିକ, ଗଙ୍ଗାଧର ସାହୁ, ବାବାଜୀ କବି, ଧରଣୀଧର ଗଡାଇ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ସ୍ମୃତି ଉଦେ୍ଦ୍ୟଶରେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଭକ୍ତବସôଳ ସ୍ୱାଇଁ, ଅଦୈତ୍ୟ ଚରଣ ଦାଶ, ବାବୁଲାଲ ଗୁରୁ, କଳ୍ପତରୁ ମହାପାତ୍ର, ବଳରାମ ସାହୁ, ବେଣୁଧର ଖଣ୍ଡାଇ,ସନ୍ତୋଷ କୁମାର ବେହେରା, ଉମାକାନ୍ତ ଖଣ୍ଡାଇ ପ୍ରମୁଖ ଅଶୋକ ଦାସଙ୍କ ସ୍ମୃତି ଚାରଣ କରିଥିଲେ । କାର୍ତିକ ଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ବିପିନ ବିହାରୀ ଧଳ,, ପ୍ରେମେଶ ମହାକୁଡ, ହୀରାମଣି ରାୟ, ବିଭୂତି ବଳିୟାର ସିଂହ, ଅନିଲ ବୋଇତାଇ,କୈଳାସ ରଣା, ପ୍ରଦୀପ ମାଝୀ, ଅଶୋକ କୁମାର ଦାସ, ଶଶିକାନ୍ତ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।