ଏଟିଏମ୍ ଉଦ୍ଘାଟିତ
ସୁକିନ୍ଦା: ସୁକିନ୍ଦା ଛକରେ ଇଣ୍ଡିଆ-ୱାନ୍ ଏଟିଏମ ଉଦ୍ଘାଟିତ ହୋଇଯାଇଛି । ସୁକିନ୍ଦା ଅଂଚଳରେ ଥିବା ଏଟିଏମ୍ ଗୁଡିକରେ ବହୁ ସମୟରେ ଟଙ୍କା ମହଜୁତ ରହୁନଥିବାରୁ ସ୍ଥାନୀୟ ଲୋକେ ଟଙ୍କା ଉଠାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଯୁବ ବ୍ୟବସାୟୀ ରଞ୍ଜନ କୁମାର ନାୟକଙ୍କ ସହଯୋଗରେ ସୁକିନ୍ଦା ହନୁମାନ ଛକରେ ଇଣ୍ଡିଆ-ୱାନ ଏଟିଏମ କରାଇଛନ୍ତି । ସୁକିନ୍ଦା ଥାନା ଅଧିକାରୀ ବିଲ୍ୱମଙ୍ଗଳ ସେଠୀ ଏଟିଏମକୁ ଉଦ୍ଘାଟନ କରିଥିଲେ । ସୁକିନ୍ଦା ଆଗ୍ନିକ ଅଧିକାରୀ ରଜନୀକାନ୍ତ ସାମଲ, ଇଣ୍ଡିଆ ୱାନ ଏଟିଏମ୍ର ରାଜ୍ୟ ଜୋନାଲ ଅପରେସନ ଅଫିସର ଦେବାଶିଷ ରାଉତଙ୍କ ସହିତ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ ।