ପାଣି ପାଇଁ ଡହଳବିକଳ ଲୋକେ
ଫୁଲବାଣୀ : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଖରା ଯେତିକି ବଢୁଛି, ପିଇବା ପାଣିର ସମସ୍ୟା ସେତିକି ଉକôଟ ହେଉଛି । ନଦୀ, ନାଳ, କୂଅ ପୋଖରୀ ଶୁଖିଲା ପଡ଼ିଥିବାରୁ ଟୋପାଏ ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ୍ ଅଧୀନସ୍ଥ କାଶିନିପଦର ପଞ୍ଚାୟତ ଅନ୍ତର୍ଗତ ରାଜେନିପଡିଆ ଗ୍ରାମରେ । ଗ୍ରାମର ମଧ୍ୟଭାଗରେ ଥିବା ଜୀବନଧାରା କୂଅ ଦୁଇମାସ ହେଲା ଶୁଖିଲା ପଡିଥିବା ଦେଖିବାକୁ ମିଳିଛି । ଶାଶିପଦର ରାଜେନିପଡିଆ କୂଅ ଉପରେ ନିର୍ଭର କରୁଥିବା ପରିବାର ପାଣି ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । କାରଣ ଦୀର୍ଘ ଦୁଇମାସ ହେଲା କୂଅର ପାଣି ଶୁଖିଯାଇଥିବାର ଦେଖିବାକୁ ମିଳିଛି । ପ୍ରତିଦିନ ଏହି ଗାଁର ଲୋକେ ପାଣି ପାଇଁ ଅନେକ ଦୂରକୁ ଯିବାକୁ ପଢୁଛି । ରାଜେନିପଡିଆ ଗ୍ରାମର ଲୋକଙ୍କ ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ଉକ୍ତ ରାଜେନିପଡିଆ ଗାଁରେ ଏକ ନୂତନ ନଳକୂପ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଲୋକଙ୍କ ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ଫିରିଙ୍ଗିଆ ବ୍ଲକର ପଞ୍ଚାୟତରାଜ ପ୍ରଶାସନ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି । ଫୁଲବାଣୀ ଆରଡବ୍ଲୁଏସ୍ଏସ୍ ବିଭାଗକୁ ଟ୍ୱିଟ ମାଧ୍ୟମରେ ଅଭିଯୋଗ କଲେ ଦୃଷ୍ଟି ଦିଆଯିବ ବୋଲି ଉତ୍ତର ଆସୁଛି । ହେଲେ ରାଜେନିପଡିଆ ଗାଁରେ ଗୋଟିଏ ବି ନାହିଁ ନଳକୂପ ନଥିବାରୁ ପାଣି ସମସ୍ୟା ଆଜି ପର୍ଯ୍ୟନ୍ତ ସମାଧାନ ହେଇ ପାରୁନାହିଁ । ଯାହା ଫଳରେ ଲୋକମାନେ ପିଇବା ପାଣି ପାଇଁ ବହୁତ ଅସୁବିଧା ଭୋଗୁଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବି ହୋଇଛି ।