ପାରାଦୀପ ଗଡ଼ରେ ସ୍ୱାସ୍ଥ୍ୟ ମେଳା
ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ପାରାଦୀପ ଗଡ ଗ୍ରାମ ପଞ୍ଚାୟତରେ ପାରାଦୀପ ତୈଳ ବିଶୋଧନାଗାର ସହାୟତାରେ ପଞ୍ଚାୟତ ଭବନ ପରିସରରେ ଏକ ମେଗା ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଟିତ ହୋଇଯାଇଛି । ଉକ୍ତ ସ୍ୱାସ୍ଥ୍ୟସେବା ଶିବିରରେ ଡାକ୍ତର ତାରଶଙ୍କର ରଥ ଓ ଡାକ୍ତର ରୋହନ ପ୍ରିତମ ପରିଡ଼ା ଯୋଗଦେଇ ୨୭୭ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ଯୋଗାଇ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସରପଞ୍ଚ ସସ୍ମିତା ବେହେରା ଉଦ୍ଘାଟନ କରିଥିଲେ । ଉକ୍ତ ଶିବିରକୁ ଷ୍ଟାଫ୍ ନର୍ସ ଭାଗ୍ୟବତୀ ଚୌଧୁରୀ, ଉମା ମଣ୍ଡଳ, ଫାର୍ମାସିଷ୍ଟ ଏମଡି ଅପ୍ତବ୍ ଆଲମ୍ ଖାଁ, ହିମାଂଶୁ ଶେଖର ସେଠୀ, ଶୁଭେନ୍ଦୁ ସ୍ୱାଇଁ, ନିର୍ମଳ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସଂଯୋଜନା କରିଥିଲେ । ଚନ୍ଦ୍ର ଶେଖର ଚୌଧୁରୀ, ଅଲେଖ ମହକ୍ଷରଥା, ପ୍ରଭାତ କୁମାର ସାହୁ, ସନ୍ତୋଷ ଦୋରା, ପଞ୍ଚାନନ ମାଝୀ, ତୁଳସୀ ବାରିକ ପ୍ରମୁଖ ଉପସ୍ଥିତଥିଲେ । ପ୍ରତି ମାସରେ ଏହିପରି ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ କରାଯିବ ବୋଲି ସରପଞ୍ଚ ସସ୍ମିତା ବେହେରା ପ୍ରକାଶ କରିଥିଲେ ।