ରାସ୍ତା ଖରାପ, ଧାନ ରୋଇ ପ୍ରତିବାଦ
ଏରସମାରୁ ବଲ୍ଲବ କୁମାର ପ୍ରଧାନ : ଭାରତ ୭୮ବର୍ଷ ସ୍ୱାଧୀନତା ଦିବସ ପାଳନ କଲାଣି । ହେଲେ ଗାଁ ଗହଳିରେ ରାସ୍ତା ଘାଟ ଓ ଗମନାଗମନ ବ୍ୟବସ୍ତାରେ ଉନ୍ନତି ହୋଇପାରିଲା ନାହିଁ । ଏମିତି ଏକ ଗାଁ ଏରସମା ବ୍ଳକ ଜପା ପଞ୍ଚାୟତ ଝାଟିପାରି, ଦହିବର, ସୁନାଡ଼ିଆ ଗ୍ରାମା । ଗ୍ରାମକୁ ନିତି ଦିନିଆ ରାସ୍ତାଟିଏ ନାହିଁ । ଝାଟିପାରିକୁ ଆର.ଡ଼ି ରାସ୍ତା ସଂଯୋଗ ହେଉଥିଲେ ମଧ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଏଥିଯୋଗୁଁ ଗାଁକୁ ବର୍ଷା ଦିନେ ଆମ୍ବୁଲାନ୍ସ ଆସି ପାରେ ନାହିଁ । ପିଲାମାନେ ଜପା ହାଇସ୍କୁଲକୁ ପାଠ ପଢିବାକୁ ଯିବାକୁ ଡରିଲେଣି । ରାସ୍ତାରେ ଆଣ୍ଠୁଏ ପାଣି କାଦୁଆ । ରୋଗୀ ଟିଏ ଡାକ୍ତରଖାନାକୁ ଯାଇ ପାରୁନାହିଁ । ନିର୍ବାଚନ ଆସିଲେ ନେତାଙ୍କ ଭରଷା ପୁର୍ଣ୍ଣ ଭାଷଣ ଶୁଣି ଆଜି ଏମିତି ଅବସ୍ଥା । ଲୋକେ କର୍ମକୁଆଦରି ପଡି ରହିଛନ୍ତି । କେହି ଲୋକଙ୍କ ସମସ୍ୟା ବୁଝୁ ନାହାନ୍ତି । ଏଥି ପାଇଁ ବାରମ୍ବାର ପ୍ରଶାସନକୁ ଅବଗତ କରାଇଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଲୋକଙ୍କ ଯାତାୟାତ ସମସ୍ୟା କେହି ବୁଝୁ ନଥିବାରୁ ବାଧ୍ୟ ହୋଇ ଉକ୍ତ ରାସ୍ତାରେ ଧାନ ରୋଇ ଶେଷରେ ପ୍ରତିବାଦ କରିଛନ୍ତି ଲୋକେ । ରାସ୍ତା ଅବସ୍ଥା ସୁଧାରିବାକୁ ସାଧାରଣରେ ଦାବି ହୋଇଛି ।