ପାଲା କମିଟି ସଭାପତିଙ୍କ ବିୟୋଗରେ ଶୋକସଭା

 ବରୀ: ବରୀ ବ୍ଲକ ଗୋଳକୁଣ୍ଡ ପଞ୍ଚାୟତ ମେଣ୍ଡ ଠାରେ ଥିବା ସତ୍ୟନାରୟଣ ପାଲା କମିଟିର ସଭାପତି ନୃସିଂହ ଚରଣ ସାହୁଙ୍କ ବିୟୋଗରେ ଆଜି ଅପରାହ୍ନରେ ପାଲାମଣ୍ଡପ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସେ ଦୀର୍ଘ ୫୫ ବର୍ଷ ହେବ ଏହି ପାଲାକମିଟିର ସଭାପତି ଦାୟିତ୍ୱ ତୁଲାଇ ଆସୁଥିଲେ । ସେ ଜଣେ ସରଳ, ନିଷ୍ଠାପର, ମେଳାପି ବ୍ୟକ୍ତି ଭାବେ ସମସ୍ତଙ୍କ ନିକଟରେ ପରିଚିତ ଥିଲେ । ତାଙ୍କ ବିୟୋଗରେ କାଳନ୍ଦୀ ଚରଣ ସାହୁ, ସୁଶାନ୍ତ କୁମାର ସାହୁ, ଶିଶିର କୁମାର ସାହୁ, ନନ୍ଦକିଶୋର ଧଳ, ଦୁର୍ଯେ୍ୟାଧନ ସାହୁ, ରତିକାନ୍ତ ସାହୁଙ୍କ ସମେତ ପାଲା କମିଟିର ମେମ୍ବର ଓ ବଜାର କମିଟିର ସଦସ୍ୟ ମାନେ ସ୍ୱର୍ଗତ ସାହୁଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ ।