ପିଜିଟି ଶିକ୍ଷକଙ୍କ ପ୍ରଶିକ୍ଷଣ ଉଦଯାପିତ
ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟ ଅଧୀନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସ୍ନାତକୋତ୍ତର ବା ପିଜିଟି ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ ଆରମ୍ଭ ହୋଇଥିବା ୫ଦିନିଆ ପ୍ରଶିକ୍ଷଣ ଉଦ୍ୟାପିତ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟର ନିଦେ୍ର୍ଦଶକ ରଘୁରାମ୍ ଆର୍. ଆୟାର, ଅବସରପ୍ରାପ୍ତ ଶିକ୍ଷା ବିଭାଗର ପ୍ରଫେସର ଡ଼. ବିମଳ ଚରଣ ସ୍ୱାଇଁ, ଯୁଗ୍ମ ନିଦେ୍ର୍ଦଶିକା ସସ୍ମିତା ମାଳି, ଯୁଗ୍ମ ନିଦେ୍ର୍ଦଶିକା ସ୍ନିଗ୍ଧା ମିଶ୍ର, ଉପ ନିଦେ୍ର୍ଦଶିକା ସିଏଚ୍ ବିଜୟ ଲକ୍ଷ୍ମୀ ଏବଂ ଡ. ଜ୍ୟୋତି ପ୍ରକାଶ ରଥ ପ୍ରମୁଖ ଉପସ୍ଥିତ ଥିଲେ । ୫ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୧୨୫ ଜଣ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇଥିବା ବେଳେ ଏମାନଙ୍କୁ ଅନେକ ବିଷୟ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ବିଶେଷ କରି ସେମାନଙ୍କ ବ୍ୟକ୍ତିଗତ ବିକାଶ ଦିଗରେ ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା । ଶିକ୍ଷକମାନେ ପ୍ରଶିକ୍ଷିତ ହେଲେ ସେମାନେ ଆଗାମୀ ପିଢ଼ିକୁ ସଠିକ୍ ଢଙ୍ଗରେ କିପରି ଗଢ଼ି ପାରିବେ ସେ ସମ୍ପର୍କରେ ତାଲିମ ଦିଆଯାଇଥିଲା । ପିଜିଟି ଶିକ୍ଷୟିତ୍ରୀ ଶୁନୁଲତା ଘଡ଼ାଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପିଜିଟି ଶିକ୍ଷକ ଦିବ୍ୟସିଂହ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।