ପୁଞ୍ଜି ନିବେଶ ଉପରେ ସଚେତନତା କାର୍ଯ୍ୟକ୍ରମ
ଆସିକା: ଆସ୍କା ପୋଷ୍ଟଲ ଡିଭିଜନ ପକ୍ଷରୁ ବିଭିନ୍ନ ସରକାରଙ୍କ ଯୋଜନା ଏବଂ ଡାକ ବିଭାଗରେ ନିଜର ସଂଚିତ ଅର୍ଥକୁ ସରକାରୀ ଅନୁଷ୍ଠାନରେ ପୁଞ୍ଜି ନିବେଶ କରିବାକୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସଚେତନତା କରାଯାଇଛି । ଆସ୍କା ବ୍ଲକ ବାଲିସିରା ପଞ୍ଚାୟତରେ ଅନୁଷ୍ଠିତ ଡାକ ଚୌପାଲ କାର୍ଯ୍ୟକ୍ରମରେ ଆସ୍କା ଡାକ ମଣ୍ଡଳର ଡାକ ଅଧିକ୍ଷକଙ୍କ ନିଦେ୍ର୍ଦଶକ୍ରମେ ପଶ୍ଚିମଡାକ ମଣ୍ଡଳର ଡାକ ନିରୀକ୍ଷକ ଦିଲ୍ଲୀପ କୁମାର ବେହେରା, ବଡଗଡ ପୋଷ୍ଟ ଅଫିସ ଅଧୀନସ୍ଥ ଏକଲପୁରରେ ରଘୁନାଥ ନାୟକ, ଭଞ୍ଜନଗର ସବ୍ ଡିଭିଜନର ଖମାରପଲ୍ଲି ଗ୍ରାମର ପଂଚାୟତରେ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଶଶି ରଞ୍ଜନ, ଭଞ୍ଜନଗର ବ୍ରାଞ୍ଚର ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍ ସିନିୟର୍ ମ୍ୟାନେଜର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ସରକାରଙ୍କ ଦ୍ୱାରା ଜାରି ହେଇଥିବା ଏକ ସ୍ୱତନ୍ତ୍ର ବୀମା ସ୍କିମ ଜି ଏ ଜି ଡ୍ରାଇଭ୍ରେ ୨୦୬ ଗୋଟି କଷ୍ଟମରକୁ ବୀମା ଅନ୍ତର୍ଭୁକ୍ତ କରିଥିବା ଡାକ ବିଭାଗର କର୍ମଚାରୀ ତଥା ଦଦର୍ଲୁଣ୍ଡ ବ୍ରାଞ୍ଚ ପୋଷ୍ଟମାଷ୍ଟର ସୁରେଶ ଚନ୍ଦ୍ର ସାହୁଙ୍କୁ ତାଙ୍କର ଏହି ଆଚିଭମେଣ୍ଟ ପାଇଁ ଏକ ଆଣ୍ଡ୍ରଏଡ ମୋବାଇଲ ସେଟ୍ ପୁରସ୍କାର ଦିଆଯାଇଥିଲା । ଆଗକୁ ଆଗକୁ ଡାକ ସେବାକୁ ପୂର୍ଣ୍ଣ ରୂପରେ ଗ୍ରାମର କୋଣ ଅନୁକୋଣ ଯାଏଁ ପହଞ୍ଚାଇବାର ଲକ୍ଷ୍ୟ ନେଇ ଆସ୍କା ପୋଷ୍ଟାଲ ଡିଭିଜନ ଅକ୍ଲାନ୍ତ ପ୍ରୟାସ ଜାରି ରଖିବ ବୋଲି ପୋଷ୍ଟାଲ ଅଧିକାରୀମାନେ ମତ ପ୍ରକାଶ କରିଥିଲେ ।