ପୁଣି ରିମାଣ୍ଡରେ ଯିବେ ଠକ ହଂସିତା-ଅନିଲ
ଭୁବନେଶ୍ୱର,୨୪ ।୧: ହଂସିତା-ଅନିଲ ଗିରଫ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ପୁଣି ଥରେ ରିମାଣ୍ଡରେ ଯିବେ ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା-ଅନିଲ । ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ଶୁକ୍ରବାର ଦିନ କୋର୍ଟରେ ଆବେଦନ କରିଛି ପୁଲିସ । ପୂର୍ବରୁ ରିମାଣ୍ଡରେ ଆଣି ପଚରାଉଚରା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିଲା ପୁଲିସ । ହଂସିତା ନାଁରେ ଜାଲ ପାସପୋର୍ଟ ଓ ଯୁବତୀ ଚାଲାଣ ମାମଲା ରୁଜୁ ହୋଇଛି । ସ୍ପେଶାଲ କ୍ରାଇମ ୟୁନିଟ୍ ଏହି ୨ଟି ମାମଲା ରୁଜୁ କରିଛି । ହଂସିତାଙ୍କ ନାଁରେ ଦେହ ବ୍ୟାପାର ଭଳି ସଙ୍ଗୀନ ଅଭିଯୋଗ ରହିଛି । ତେଣୁ ପଚରାଉଚରା ବେଳେ, ଆଉ କିଛି ତଥ୍ୟ ହାସଲ କରିବା ଲକ୍ଷ୍ୟରେ ରହିଛି ତଦନ୍ତକାରୀ ଟିମ୍ । ତେଣୁ କୋର୍ଟରେ ଉଭୟଙ୍କ ରିମାଣ୍ଡ ପାଇଁ ଆଜି ଆବେଦନ କରାଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ।
ହଂସିତା-ଅନିଲ ଗିରଫ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ପୁଣି ରିମାଣ୍ଡରେ ଯିବେ ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା-ଅନିଲ । ଯୁବତୀ ଚାଲାଣ କରିଥିବା ନେଇ ତଥ୍ୟ ପାଇଥିଲା ପୁଲିସ । ଫଳରେ ପୁଣି ହଂସିତା-ଅନିଲଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ପୁଲିସ ଆବେଦନ କରିବ । ଜେଏମ୍ଏଫ୍ସି କୋର୍ଟରେ ଆବେଦନ କରାଯିବ ବୋଲି ସୂଚନା ମିଳିଛି । ରିମାଣ୍ଡ ସମୟରେ ହଂସିତା କଲ୍ଗର୍ଲ ଆଣି କାହାକୁ ଯୋଗାଇଥିଲେ ତାର ଛାନଭିନ କରିବ ସ୍ପେଶାଲ କ୍ରାଇମ୍ ୟୁନିଟ୍ । ପୂର୍ବରୁ ହଂସିତାଙ୍କ ନାଁରେ ଦ୍ୱିତୀୟ ମାମଲା ରୁଜୁ କରିଥିଲା ଇନଫୋସିଟି ଥାନା ପୁଲିସ । ୨୦୨୩ ରେ ହଂସିତା ଅଭିଲିପ୍ସା ନାଁରେ ବାହାର କରିଥିଲେ ପାସପୋର୍ଟ । ୨୦୧୬ ମସିହାରେ ବଡ଼ଗଡ଼ ଥାନାରେ ହୋଇଥିବା କେସ୍ରେ ନିଜର ନାଁ ବିଷ୍ଣୁପ୍ରିୟା ଚାନ୍ଦ ବୋଲି କହିଥିଲେ । ଠକେଇ କେସ୍ରେ ଇନଫୋସିଟି ଥାନା ପୁଲିସ ଏକ ମାମଲା ରୁଜୁ କରିଛି । ମାମଲା ନେଇ ଭୁବନେଶ୍ୱର (ଜେ.ଏମ୍.ଏଫ.ସି) କୋର୍ଟଙ୍କୁ ଅବଗତ କରାଇଛି ପୁଲିସ । ଏହି ମାମଲାରେ (ଜେ.ଏମ.ଏଫ୍.ସି) କୋର୍ଟରେ ହାଜର ହୋଇଥିଲେ ହଂସିତା ।
ସୂଚନାଯୋଗ୍ୟ ଯେ, ହଂସିତା ଓ ଅନିଲ ଗତ ୩ ବର୍ଷରେ ୧୨୦ କୋଟି ଟଙ୍କାର କାରବାର କରିଛନ୍ତି । ସେଥିରୁ ୬୦ କୋଟି ଟଙ୍କାର କାରବାରରେ ଟିକସ ସମ୍ପର୍କରେ ଅନିଲ ଓ ହଂସିତା ତଥ୍ୟ ଦେଇ ପାରୁନାହାନ୍ତି । ଦୁଇ ମହା ଠକଙ୍କୁ ଟଙ୍କା କାରବାରର ହିସାବ ମାଗିଛି ଆୟକର ବିଭାଗ । ଏହି ବେନାମୀ ଟଙ୍କା କାରବାର ପଛରେ ବହୁ ବଡ ÿବଡ଼ିଆଙ୍କ ସମ୍ପୃକ୍ତି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବିଶେଷ କରି ହଂସିତାଙ୍କ ଦ୍ୱିତୀୟ ସ୍ୱାମୀ ନିକଟରୁ ଅନେକ ସମ୍ପତ୍ତି ମିଳିଛି । ସୁନା ଗହଣା, ହୀରା ଅଳଙ୍କାର, ନଗଦ ଟଙ୍କା, ଅଚଳାଚଳ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି । ମିଳିଥିବା ବେନାମୀ ସମ୍ପତ୍ତିର ଆକଳନ କରୁଛି ବିଭାଗ । ଏହି ସମୟରେ ପୁଲିସ ହାତରେ ଲାଗିଥିଲା ନାମୀଦାମୀ ୩ଟି ଗାଡି । ଗାଡି ଗୁଡିକୁ ବିକ୍ରି ପାଇଁ ରେଜିଷ୍ଟ୍ରେସନ ନ କରିବା ପାଇଁ ଆରଟିଓ ଆୟକର ବିଭାଗଙ୍କୁ ଚିଠି ଲେଖିଥିଲା ।