ପୁରୁଣା ପେନସନ ପୁନରୁଦ୍ଧାର ପାଇଁ ସାଧାରଣ ସଭା

 ଜଟଣୀ: ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ଅନ୍ତର୍ଗତ ବିଜେବି ଇନଷ୍ଟିଚୁ୍ୟଟରେ ଭାରତୀୟ ପୁରୁଣା ପେନ୍ସନ୍ ଯୋଜନା ଜାଗରଣ କମିଟି ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କମିଟି ରାଷ୍ଟ୍ରୀୟ ସଭାପତି ସୁଶାନ୍ତ ପଣ୍ଡା ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟଅତିଥି ପୂର୍ବତନ ସାଂସଦ ଆଇଏନ୍ଟିୟୁସି ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ଅନ୍ୟାନ୍ୟ ଅତିଥିଭାବେ ପୂର୍ବତଟ ରେଳପଥ ଜେନେରାଲ ସେକ୍ରେଟାରୀ ରମେଶ ଚନ୍ଦ୍ର ସାହୁ, ମଣ୍ଡଳ ସଂଯୋଜକ ସୁନୀଲ ଭଞ୍ଜ, ସହସଂଯୋଜକ ନିରଞ୍ଜନ ମିଶ୍ର ଏବଂ କମିଟି ସମ୍ପାଦକ ଦେବଜିତ ପୃଷ୍ଟି, ବାଲକୃଷ୍ଣ ମହାନ୍ତି ଯୋଗ ଦେଇଥିଲେ । ଶ୍ରମିକ କଂଗ୍ରେସ ଜେନେରାଲ ସେକ୍ରେଟାରୀ ରମେଶ ସାହୁ କହିଲେ ଏନ୍ଏଫ୍ଆଇଆର୍ ଏବଂ ଶ୍ରମିକ କଂଗ୍ରେସ କର୍ମଚାରୀଙ୍କ ସହିତ ରହିଛି ଓ ରହିବ । ସରକାରଙ୍କ ୫୦ ପ୍ରତିଶତ ପେନ୍ସନ୍ ଘୋଷଣା ଦ୍ୱାରା ସାରା ଭାରତ ବର୍ଷ କର୍ମଚାରୀ ଖୁସି ହୋଇଥିଲେ, କିନ୍ତୁ ଯେତେବେଳେ ୟୁପିଏସ ଭୟାବହାତ ଉପରେ ଜଣା ପଡିଲା ସଙ୍ଗେ ସଙ୍ଗେ ଏନ୍ଏଫ୍ଆଇଆର୍ ମହାସଚିବ ଡ. ରାଘଭେୟା ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହିତ ପୁରୁଣା ପେନ୍ସନ୍ ପାଇଲା ପର୍ଯ୍ୟନ୍ତ ଲଢେଇ ଜାରିରହିବ ବୋଲି ଘୋଷଣା କରିଥିଲେ ଏବଂ ଶ୍ରମିକ କଂଗ୍ରେସ ଆଜି ପର୍ଯ୍ୟନ୍ତ ଲଢୁଛି । ମୁଖ୍ୟଅତିଥି ଡ. ଖୁଣ୍ଟିଆ କହିଲେ କଂଗ୍ରେସ ପୁରୁଣା ପେନସନ ନିଶ୍ଚତ ଫେରାଇ ଆଣିବ କେବଳ ଆପଣ ମାନଙ୍କ ସମର୍ଥନ ଆବଶ୍ୟକ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଂଯୋଜଳ ସୁନୀଲ ଭଞ୍ଜ, ସହ ସଂଯୋଜକ ନିରଞ୍ଜନ ମିଶ୍ର, ଅରବିନ୍ଦ କୁମାର, ରାମନନ୍ଦନ ପଣ୍ଡିତ, ଚଦ୍ରଶେଖର ଷଡ଼ଙ୍ଗୀ, ବିଏନ ଭୋଇ, ପ୍ରବୀର ପଣ୍ଡା, ସଞ୍ଜୟ ମହାରଣା, କେନ୍ଦ୍ରୀୟ ପଦାଧିକାରୀ ଏମଜି କେ ରାଓ,  ଶରତ ପଣ୍ଡା, ସଭାପତି ସତ୍ୟ ରଞ୍ଜନ ପଟ୍ଟନାୟକ ଓ ଶାଖା ସମ୍ପାଦକ ଏଲ୍ ଡି ମହାନ୍ତି  ପ୍ରମୁଖ ଯୋଗ ଦେଇଥିଲେ ।