ପୁଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ; ଅଧିକ ବିକଟାଳ ଶବ୍ଦ କରୁଥିବା ୧୦୦ ସାଇଲେନ୍ସର ଜବତ

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିଦେ୍ର୍ଦଶ ଓ ଡ଼ିଜିପିଙ୍କ ତାଗିଦ୍ ପରେ ....
 ଭୁବନେଶ୍ୱର, ୨୧ା୧ : ରୋଡ ରୋମିଓଙ୍କ ନିଦ ହଜାଇଲା ଟ୍ରାଫିକ ପୁଲିସ । ରୋଡ଼ ରୋମିଓଙ୍କ ଆକ୍ସନ ପରେ ପୁଲିସର ଏବେ ଦେଖିବାକୁ ମିଳିଛି ରିଆକ୍ସନ । ଏଥର ଫାଇନ ନୁହେଁ, ସିଧା କୋର୍ଟରୁ ହେବାକୁ ପଡିବ ବେଲ । ଗୋଟିଏ ଦିନରେ ୧୦୦ରୁ ଅଧିକ ମୋଡିଫାଏଡ଼ ସାଇଲେନ୍ସର ଗୁଡିକୁ ଖୋଲିଲା ଟ୍ରାଫିକ୍ ଥାନା ପୁଲିସ । ସ୍ପୀଡ ଡ୍ରାଇଭିଂ,ରଙ୍ଗ୍ ଡ୍ରାଇଭ, ଟ୍ରିପଲ ରାଇଡିଂ, ପଲୁ୍ୟସନ, ହେଲମେଟ ନିୟମ ମାନୁନଥିବା ଟ୍ରାଫିକ ଖିଲାପକାରୀଙ୍କ ବିରୋଧରେ ନିଆଯାଇଛି ଆକ୍ସନ ।
 ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ସହରାଞ୍ଚଳରେ ମୋଡିଫାଇଡ୍ ସାଇଲେନ୍ସର ଲଗାଇ ଶଦ୍ଦ ପ୍ରଦୂଷଣ ସୃଷ୍ଟି କରୁଥିବା ଯାନବାହାନ ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଦେ୍ର୍ଦଶରେ, ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଓ ଟୁଇନ୍ସିଟି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂଙ୍କ ମାର୍ଗଦର୍ଶନରେ ଭୁବନେଶ୍ୱର ଡ଼ିସିପି ପିନାକ ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରାଯାଇଛି । ଏହି ଅଭିଯାନର ପ୍ରଥମ ଦିନରେ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରୁ ପୁଲିସ କର୍ମଚାରୀମାନେ ୧୦୦ରୁ ଅଧିକ ମଡିଫାଏଡ୍ ସାଇଲେନ୍ସର ବାଇକ ଧରିଥିଲେ । ଏହାର ମୂଳ ଉଦେ୍ଦଶ୍ୟ ହେଉଛି ଯାନଚାଳକମାନଙ୍କୁ ସଚେତନା କରିବା ସହ ଜନସାଧାରଣଙ୍କୁ ବିକଟାଳ ଶଦ୍ଦରୁ ମୁକ୍ତି ଦେବା । ମଡିଫାଏଡ୍ ସାଇଲେନ୍ସର ବ୍ୟବହାର କରି ବିକଟାଳ ଶଦ୍ଦ ସୃଷ୍ଟି କରୁଥିବା ଯାନବାହାନ ଗୁଡ଼ିକୁ ମୋଟର ଯାନ ଆକ୍ଟ- ୧୯୮୮ର ୫୨ ଓ ୧୮୨ ଧାରା ଅନୁଯାୟୀ ଜବତ କରାଯାଇଛି । ବିକଟାଳ ଶଦ୍ଦ ଅବୈଧ ଓ ଶଦ୍ଦସୀମା ୮୦ ଡେସିବେଲରୁ ଅଧିକ ହେଲେ, ଏହାର ଉଲ୍ଲଂଘନକୁ କଡାକଡ଼ି କରାଯିବ । ଧରାଯାଇଥିବା ଗାଡିମାନଙ୍କ ସାଇଲେନ୍ସର ବାହାର କରାଯିବା ସହ ଜୋରିମାନା ଆଦାୟ କରାଯାଇଛି । ସେପଟେ ବେଆଇନ ମୋଡିଫାଏଡ଼ ସୋରୁମ ଓ ଦୋକାନ ଉପରେ ମଧ୍ୟ ଖୁବଶୀଘ୍ର ଚଢ଼ାଉ ହେବ ବୋଲି ସୂଚନା ଦେଇଛି କମିଶନରେଟ ପୁଲିସ  । ଏହାସହ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଯେ, ନିଜ ଯାନ ବୈଧ ଓ ନିୟମ ଅନୁସାରେ ଚଳାନ୍ତୁ । ବିକଟାଳ ଶଦ୍ଦ ସୃଷ୍ଟି କରୁଥିବା କୌଣସି ଯାନବାହାନ ଦେଖିଲେ ୧୧୨ କିମ୍ବା ନିକଟସ୍ଥ ଥାନାକୁ ସୂଚନା ଦିଅନ୍ତୁ । ସ୍ପେଶାଲ ଡ୍ରାଇଭ୍ ଆଗାମୀ ଦିନରେ ମଧ୍ୟ ଜାରି ରହିବ । ଭୁବନେଶ୍ୱର ସହରକୁ ସଂଗଠିତ ଓ ନିୟମିତ ରଖିବା ଆମର ଲକ୍ଷ୍ୟ ରହିଛି ।