ପୁଲିସ ନିକଟରେ ମାଓବାଦୀଙ୍କ ଆତ୍ମ ସମର୍ପଣ
ବରଙ୍ଗପୁର : ପୁଲିସ ଉପରେ ଆସ୍ଥା ପ୍ରକାଶ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ସକାଶେ ପଡୋଶୀ ରାଜ୍ୟ ବା ନବରଙ୍ଗପୁର ଜିଲ୍ଲା ସିମାନ୍ତ ଛତିଶଗଡ ଗରୀୟାବନ୍ଦ ଉଦନ୍ତୀ ଡିଭିଜନ କମିଟିର ୭ ଜଣ ମାଓବାଦୀ ଗରୀୟାବନ୍ଦ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଏବଂ ଗାରିଆବନ୍ଦ ପୁଲିସର ଆବେଦନ ଦ୍ୱାରା ପ୍ରଭାବିତ ହୋଇ ନକ୍ସଲମାନେ ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି ।
ସୂତ୍ର ଅନୁସାରେ, ଏହି ନକ୍ସଲମାନେ ଜଙ୍ଗଲ ଛାଡି ଗାରିଆବନ୍ଦରେ ପହଞ୍ଚିଥିଲେ, ଯେଉଁଠାରେ ପୁଲିସ ଅଧିକାରୀଙ୍କ ସମ୍ମୁଖରେ ଗୋଟିଏ ଏସଏଲଆର ବନ୍ଧୁକ, ତିନି ଇନଶାସ ଓ ଦୁଇ ଦେଶୀ ବନ୍ଧୁକ ଜୀବନ୍ତ ଗୁଳି ସହ ଆତ୍ମସମର୍ପଣ କରିଥିଲେ, ଏହି ସାତ ମାଓବାଦୀଙ୍କ ଉପରେ ମୋଟ ୩୬ ଲକ୍ଷ ଟଙ୍କାର ଇନାମ ଥିଲା । ଆତ୍ମ ସମ୍ପର୍ପଣ କରିଥିବା ମାଓବାଦୀ ଗୋଷ୍ଟିରେ ଚାରି ମହିଳା ଓ ତିନି ପୁରୁଷ ମାଓବାଦୀ ଥିଲେ । ଏହି ମାଓବାଦୀ ମାନେ ପୁଲିସ ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି ଏବଂ ହିଂସାର ପଥ ପରିତ୍ୟାଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏ ସମ୍ପର୍କରେ, ରାୟପୁର ରେଞ୍ଜର ପୁଲିସ ମହାନିରୀକ୍ଷକ ଏବଂ ଗାରିଆବନ୍ଦ ଏସପି ନିଖିଲ ରାଖେଚା ଆଜି ପୁଲିସ ଲାଇନ, ଗାରିଆବନ୍ଦରେ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ମାଓବାଦୀଙ୍କ ବଡ଼ ଧରଣର ଏହି ଆତ୍ମସମର୍ପଣକୁ ଜିଲ୍ଲା ପୁଲିସ ପାଇଁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି, ଯାହା ଗରିଆବନ୍ଦ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।