ସହିଦ ସ୍ମୃତି ଦିବସ ନେଇ ପ୍ରସ୍ତୁତି ବୈଠକ
ନବରଙ୍ଗପୁର : ପାପଡ଼ାହାଣ୍ଡି ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ୨୪ ଅଗଷ୍ଟରେ ସହିଦ ସ୍ମୃତି ଦିବସ ୨୦୨୫ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଲିଙ୍ଗରାଜ ଭତରା, ବିଧାୟକ ପ୍ରତିନିଧି କାହ୍ନୁ ଦାସ, ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ, ଡାବୁଗାଁ ବିଧାୟକ ପ୍ରତିନିଧି ରଜନୀକାନ୍ତ ସାସମଲ, ବ୍ଲକ୍ ଅଧ୍ୟକ୍ଷା ହେମଲତା ମାଝୀ, ବ୍ଲକ୍ ଉପାଧ୍ୟକ୍ଷ ସୁଶାନ୍ତ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ବିଡିଓ କପିଲଦେବ ସାହୁ ସମସ୍ତଙ୍କୁ ସ୍ୱାଗତ ପୂର୍ବକ ଏହି ମହାନ ସହିଦ ସ୍ମୃତି ଦିବସକୁ ପାଳନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବିପିସି ଶଶିକାନ୍ତ ଦାସ ଏଜେଣ୍ଡା ଅନୁଯାୟୀ କାର୍ଯ୍ୟକ୍ରମର ବିଭିନ୍ନ ପ୍ରସ୍ତାବକୁ ସଭାରେ ଉପସ୍ଥାପନ କରି ସଭା ପରିଚାଳନା କରିଥିଲେ । ସୂଚନା ଯେ, ପୂର୍ବରୁ ସହିଦ ସ୍ମୃତିସ୍ତମ୍ବ ଭବ୍ୟ ଭାବରେ ନିର୍ମାଣ ପାଇଁ ରାଜ୍ୟ ସରକାର ୬ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି । ଜିଲ୍ଲାପାଳ ପାପଡ଼ାହାଣ୍ଡି ବ୍ଲକ, ସହର, ରାସ୍ତା, ବଜାର ଓ ସଲଂଗ୍ନ ଜାତୀୟ ରାଜପଥରେ ଅଳିଆ ଆବର୍ଜନାକୁ ଦେଖି ଏହା ତୁରନ୍ତ ସଫା ସୁତୁରା ଓ ପ୍ଲାଷ୍ଟିକମୁକ୍ତ ରଖିବା ପାଇଁ ପଦକ୍ଷେପ ନେବାକୁ ପଞ୍ଚାୟତ ଅଧିକାରୀ ଓ ବିଡିଓଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ସହିଦ ସ୍ମୃତି ଦିବସ ପାଳନ ପାଇଁ ରାଜ୍ୟ ସରକାରଙ୍କ ମାନ୍ୟତା, ଭବ୍ୟ ନିର୍ମାଣ ପାଇଁ ଅନୁଦାନ କୁ ପ୍ରଶଂସା ସହ ଜାତି, ଧର୍ମ, ରାଜନୈତିକ ଭେଦଭାବ ଭୁଲି ଏହି ଦିବସକୁ ସମସ୍ତଙ୍କ ସହଯୋଗରେ ପାଳନ କରିବାକୁ କହିଥିଲେ । ସଭାରେ ଜିଲ୍ଲା ଓକିଲ ସଂଘ ସଭାପତି ସିରାଜୁଦ୍ଦିନ ଅହମ୍ମଦ, ହରି ନାରାୟଣ ଚୌଧୁରୀ, ଏ ଅନନ୍ତ ମୂର୍ତ୍ତି, ତ୍ରିନାଥ ଅମାନତ୍ୟ, ଜଗନ୍ନାଥ ମହାପାତ୍ରଙ୍କ ସମେତ ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ମାଣ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ତହସିଲଦାର, ଜିଲ୍ଲା ସଂସ୍କୃତି ଅଧିକାରୀ, ପଂଚାୟତ ସଭ୍ୟ ପ୍ରମୁଖ ଉପସ୍ଥିତଥିଲେ ।