ପୁସ୍ତକ ‘ବିନ୍ଦୁରୁ ସିିନ୍ଧୁ' ଉନ୍ମୋଚିତ
ଧର୍ମଶାଳା: ଏହି ବ୍ଲକ ବଡ଼ କାଏମା ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ଲେଖକ ଗଣେଶ୍ୱର ନାୟକଙ୍କ ‘ବିନ୍ଦରୁ ସିନ୍ଧୁ’ ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଅନନ୍ତ ଚରଣ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉନ୍ମୋଚନ ସଭାରେ ପ୍ରାଶାନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ଭାବେ ମିହିର ଦାସ, ମନୋରଞ୍ଜନ ମହାନ୍ତି, କାମଦେବ ଶତପଥି, ଡ.ସନ୍ତୋଷ ମହାପାତ୍ର, ପ୍ରଚ୍ଛଦଶିଳ୍ପୀ ନିରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ପୁସ୍ତକ "ବିନ୍ଦୁରୁ ସିନ୍ଧୁ’ ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷକ ନଟବର ବେହେରା ପୁସ୍ତକ ସମୀକ୍ଷା କରିଥିଲେ । ଅତିଥିଗଣ ଭାଷା, ସାହିତ୍ୟ ଓ ସଂସ୍କୃତି ସଂପର୍କରେ ଆଲୋଚନା କରି ଅଧିକରୁ ଅଧିକ ଓଡିଆ ଭାଷାର ବ୍ୟାପକତା ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ପଦ୍ମନାଭ ସାହୁ, ଡକ୍ଟର ପ୍ରଶାନ୍ତ ସ୍ୱାଇଁ, କୁଳମଣି ସ୍ୱାଇଁ, ପ୍ରଦୀପ୍ତ ମାହାଲା, ଚିତ୍ତରଂଜନ ମଲ୍ଲିକ, ଶିଶିର ମାହାଣା, କାଦମ୍ବିନୀ ମିଶ୍ର, ଅନିଲ କୁମାର ମହାରଣା, ଅଜିତ ରାଉତ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ । ଶିକ୍ଷକ ହରିହର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।