ପୂଜ୍ୟପୂଜା ପ୍ରତିଭା ସମ୍ମାନ 

 କେନ୍ଦ୍ରାପଡା : "ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ'ର ୧୮ତମ ବାର୍ଷିକ ଉତ୍ସବ ଓ ପୂଜ୍ୟପୂଜା ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହକୁ ଟ୍ରଷ୍ଟର ସଭାପତି ସୁବାଷ ଚନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ହିମାଂଶୁ ଭୂଷଣ ପରଡା ସଂଯୋଜନା ଓ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ମୁଖ୍ୟବକ୍ତା ପ୍ରଫେସର ବୈଷ୍ଣବ ଚରଣ ସାମଲ, ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସମାଜସେବୀ ଭଗବାନ ବିଶ୍ୱାଳ ଯେ, ସାମାଜିକ ଓ ସେବା କାର୍ଯ୍ୟର ବିଭିନ୍ନ ଦିଗ ସମ୍ବନ୍ଧରେ ଆଲୋକପାତକରି କେନ୍ଦ୍ରାପଡା ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ଭାବେ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷିରେ କେନ୍ଦ୍ରାପଡାର ଚାରିଗାଁ ଗ୍ରାମର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ, ପ୍ରାବନ୍ଧିକ ଓ ସମାଲୋଚକ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ କେନ୍ଦ୍ରାପଡା ସାହିତ୍ୟ ସରସ୍ୱତୀ ସମ୍ମାନ ୨୦୨୫, ଧୂମାତ ଗ୍ରାମର ସର୍ବୋଚ୍ଚ ଯନ୍ତ୍ରୀ ଓ ଜିଲ୍ଲାର ଭତିଭୂମି ଉନ୍ନୟନକାରୀ ଇଂ. ଶତ୍ରୁଘ୍ନ ଦାସଙ୍କୁ କେନ୍ଦ୍ରାପଡା ରତ୍ନ ସମ୍ମାନ, ତୁଣୁପୁର ଗ୍ରାମର ଶିକ୍ଷାବିତ୍ ପ୍ରଫେସର ଅଜୟ ସାମଲଙ୍କୁ କେନ୍ଦ୍ରାପଡା ବରପୁତ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି କେନ୍ଦ୍ରାପଡା ଗୌରବ ସମ୍ମାନରେ ସ୍ତମ୍ଭକାର ଏବଂ ସାହିତି୍ୟକ ଚୌଧୁରୀ ଅମିତାଭ ଦାସ, ଆଳି ର ସିନେ କଳାକାର ବବି ମିଶ୍ର, ଡେରାବିଶ କୁରୁଜଙ୍ଗା ଗ୍ରାମର କ୍ରୀଡାବିତ୍ ଏବଂ କ୍ରୀଡା ସଂଗଠକ ନାରାୟଣ ଚନ୍ଦ୍ର ବାରିକ, ଆଳି ଅଞ୍ଚଳର ପରିବେଶବିତ୍ ରଶ୍ମିରନ ବାରିକ, ଶିଶୁ ଓ ମହିଳା ଅଧିକାର କର୍ମୀ ମହମ୍ମଦ ସେକ୍ ଲିୟାକତ୍ ଅଲ୍ଲୀ, ପଟ୍ଟାମୁଣ୍ଡାଇ ଓଷଙ୍ଗରାର ଲେଖକ ଓ ସମାଲୋଚକ ଅଭିମନୁ୍ୟ ଧଳଙ୍କୁ ସମ୍ମାନିତ କରାଯାଇଛି । ଶିଶୁ ଚିକିତ୍ସକ ଡ. ରଶ୍ମିରନ ମହାନ୍ତିଙ୍କୁ ଦେବ ବୈଦ୍ୟ ଅଶ୍ୱିନୀ ସମ୍ମାନ, ବେଲତଳ ଗ୍ରାମର ଅୟୁର୍ବେଦିକ ଓ ଶଲ୍ୟ ଚିକିତ୍ସକ ଡ. ମନୋରନ ଦାସଙ୍କୁ ସେବା ଓ ସାହିତ୍ୟ ସମ୍ମାନ, ସୋବଳା ଗ୍ରାମର ସମାଜସେବୀ ତଥା ସାରସ୍ୱତ ସାଧକ ପାରେଶ୍ୱର ସାମଲଙ୍କୁ ସ୍ୱତନ୍ତ୍ର ସେବା ଓ ସାରସ୍ୱତ ସମ୍ମାନ, ସାହିତି୍ୟକ ପ୍ରମୋଦ ତ୍ରିପାଠୀଙ୍କୁ ସାହିତ୍ୟ ସମ୍ମାନ, ଶିକ୍ଷକ କଳ୍ପତରୁ ପରିଡାଙ୍କୁ ସ୍ୱତନ୍ତ୍ର ସେବା ଓ ସାହିତ୍ୟ ସମ୍ମାନ, କେନ୍ଦ୍ରାପଡା ମୁଖ୍ୟ ଚିକିସôାଳୟର ଶଲ୍ୟ ଚିକିତ୍ସକ ଡ. ବିରେନ୍ଦ୍ର ଦାସଙ୍କୁ ସ୍ୱତନ୍ତ୍ର ସେବା ଓ ସାହିତ୍ୟ ସମ୍ମାନ, ବସୁପୁର ଗ୍ରାମର ସତ୍ୟସାଇ ସେବା ସଂଗଠନ ତଥା ସମାଜସେବୀ ପ୍ରଜ୍ଜ୍ୱଳିତ ଜେନାଙ୍କୁ ସ୍ୱତନ୍ତ୍ର ସେବା ସମ୍ମାନରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମୋହନ ଚରଣ ସାହୁ, ନାରାୟଣ ଚନ୍ଦ୍ର ପରିଡା, ଜ୍ୟୋର୍ତିମୟ ଦାସ, ସଞ୍ଜୟ ଜେନା, ଧିରେନ ଦାସ ପ୍ରମୁଖ ସହଯୋଗ କରିଥିଲେ ।