ପୂଜ୍ୟପୂଜା ସଂସଦର ସାହିତ୍ୟ ଆସର

ଜୟପୁର: ପୂଜ୍ୟପୂଜା ସଂସଦର ମାସିକ ସାହିତ୍ୟ ଆସର ସାହିତ୍ୟ ଟୁଙ୍ଗୀରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ବିଷୟରେ ଆଲୋଚନା କରିଥିଲେ ଶୋଭାଙ୍ଗୀନୀ ନନ୍ଦ । ସମ୍ମାନିତ ଅତିଥି ପ୍ରତୀତ୍ କାଞ୍ଚନ ସାହୁ ଇଣ୍ଡୋନେସିଆର ଭୂମିପୂତ୍ର ବିଜୁ ପଟ୍ଟନାୟକଙ୍କ ସାହାସୀ ଜୀବନର ତଥ୍ୟ ଉପସ୍ଥାପନ କରିଥିଲେ । ବର୍ଷୀୟାନ କବି ଅନସୂୟା ସାମନ୍ତରାୟ ନିଜ କବିତାରେ ବରପୁତ୍ର ମାନଙ୍କ ଭୂମିକା ଅବର୍ଣ୍ଣନୀୟ ବୋଲି ପ୍ରକାଶ କରିଥିଲେ । ସଂପାଦକ ବୈରାଗୀ ଚରଣ ସାହୁ ଶହୀଦ ଭଗତ ସିଂହଙ୍କ ବିପ୍ଳବୀ ଜୀବନର ଅଲିଭା କଥା ବର୍ଣ୍ଣନା କରିଥିଲେ ।କବି ଅନନ୍ତ ବିଜୟ ଧୀବର, ପ୍ରମୋଦ କୁମାର ରାଉଳ, ବୁଲୁ ଷଡ଼ଙ୍ଗୀ,ଭାବ ଚନ୍ଦ୍ରିକା ଦେବୀ, ସଂଧ୍ୟା ରାଣୀ ସାହୁ,ବବିତା ଦାସ, ପୁଷ୍ପାଞ୍ଜଳି ଦେବୀ, ସରସ୍ୱତୀ ସାହୁ ପ୍ରମୁଖ କବିତା ପାଠ କରିଥିଲେ ।