ପେନ୍ସନ ଦାବିରେ ବେସରକାରୀ ଅଧ୍ୟାପକ ସଂଘର ଦାବିପତ୍ର

 ମାଲକାନଗିରି: ନିଖିଳ ଓଡିଶା ୬୬୨ ବର୍ଗ ଯୁକ୍ତ ୨ ଓ ୩ ଅନୁଦାନପ୍ରାପ୍ତ ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ ପକ୍ଷରୁ ଚାକିରି ସର୍ତ୍ତାବଳୀ, ପେନ୍ସନ ଦାବିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ସାରା ରାଜ୍ୟରେ ଏହି ଦାବିପତ୍ର ଦିଆଯାଉଥିବାବେଳେ ରାଜ୍ୟ ସଂଘର ନିଷ୍ପତ୍ତିକ୍ରମେ ମାଲକାନଗିରି ଜିଲ୍ଲା ସଂଘ ପକ୍ଷରୁ ମଧ୍ୟ ଏହି ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଛି । ତେବେ ଦୀର୍ଘ ବର୍ଷ ଧରି ଅନେକ ଅଧ୍ୟାପକ ଓ କର୍ମଚାରୀ ଚାକିରି କରି ଅବସର ନେଇଥିବା ବେଳେ ସେମାନଙ୍କୁ ଅନ୍ୟ ସରକାରୀ ଅଧ୍ୟାପକଙ୍କ ଭଳି ସରକାରୀ ସହାୟତା ପ୍ରଦାନ ଦିଆଯାଉନାହିଁ । ଯାହାଫଳରେ ସେମାନେ ନାନା ସମସ୍ୟା ଭୋଗୁଛନ୍ତି । ତେଣୁ ଏହାର ସମାଧାନ ପାଇଁ ଆଜି ଦାବିପତ୍ର ଦେବା ସହ ଛୁଟିରେ ଯାଇ ସଂଘ ଆନେ୍ଦାଳନକୁ ଆସିଥିବାବେଳେ ସରକାର ପଦକ୍ଷେପ ନ ନେଲେ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର ଠାରେ ବିରାଟ ଆନେ୍ଦାଳନ ସହ ଶିକ୍ଷା ଅନୁଷ୍ଠାନଗୁଡିକ ବନ୍ଦ ରହି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।