ପୋଖରୀ ହୁଡ଼ାରୁ ମୃତ ଦେହ ଉଦ୍ଧାର
ମାଲକାନଗିରି: ମାଲକାନଗିରି ଜିଲ୍ଲା ଗୋରେଇଗୁଡା ଗ୍ରାମ ନିକଟରେ ଥିବା ପୋଖରୀ ହୁଡାରୁ ଜଣେ ବ୍ୟକ୍ତିଙ୍କ କ୍ଷତ ବିକ୍ଷତ ମୃତ ଶରୀର ଉଦ୍ଧାର ହୋଇଥିବା ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ତେବେ ଘଟଣା ସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଁଚି ତଦନ୍ତ ଆରମ୍ଭ ଆରମ୍ଭ କରିଛନ୍ତି । ପୁଲିସ ସୂଚନା ଅନୁଯାଇ ମାଲକାନଗିରି ଆଦର୍ଶ ଥାନାସ୍ଥ ଗୌଡ଼ଗୁଡା ପଞ୍ଚାୟତ ଗୋରେଇଗୁଡା ଗ୍ରାମର ମଙ୍ଗଳା କବାସୀ ରବିବାର ରାତ୍ରରେ ଗାଁ ମୁଣ୍ଡ ଜମି ନିକଟରେ ଥିବା କ୍ଷେତକୁ ଶୋଇବାକୁ ଯାଇଥିଲେ । କ୍ଷେତ ନିକଟରେ ଥିବା ପୋଖରୀ ହୁଡାରେ ମଙ୍ଗଳାଙ୍କ କ୍ଷତ ବିକ୍ଷତ ମୃତ ଶରୀର ପଡ଼ିଥିବାର ଦେଖି ବାକୁ ପାଇ ଥିଲେ ଗ୍ରାମବାସୀ ଓ ପରିବାର ଲୋକେ । ମୃତ ମଙ୍ଗଳାଙ୍କ ବେକ, ହାତ କହୁଣୀରେ କ୍ଷତ ଚିହ୍ନ ଥିବାର ଦେଖି ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ମୃତଙ୍କ ଭାଇ ମଙ୍ଗଡୁ କବାସୀ ମାଲକାନଗିରି ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ । ଏସ୍ଡ଼ିପିଓ ସଚୀନ ପଟେଲ ଓ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ପୁଲିସ ସଦଳବଳ ନେଇ ଘଟଣା ସ୍ଥଳ ରେ ପହଁଚି ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଥିଲେ । ଏହା ଏକ ହତ୍ୟା କାଣ୍ଡ ବୋଲି ଅଭିଯୋଗ ହେବାରୁ ଆଜି ଅପରାହ୍ନ ରେ କୋରାପୁଟରୁ ସାଇଣ୍ଟିଫିକ ଟିମ୍କୁ ଡକାଯାଇ ଅଧିକ ତଦନ୍ତ ଜାରି ରହିଛି । ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ମୃତ ଶରୀର ହସ୍ତାନ୍ତର କରା ଯାଇଛି, ଖୁବ ଶୀଘ୍ର ମୃତୁ୍ୟ ରହସ୍ୟ ପଦାକୁ ଆସିଯିବ ବୋଲି ଥାନା ଅଧିକାରୀ ଶ୍ରୀ କିଣ୍ଡୋ କହିଛନ୍ତି ।