ପୋଲିସ ପକ୍ଷରୁ ଗାଡି ଚେକିଂ

 କେନ୍ଦ୍ରାପଡା:   କେନ୍ଦ୍ରାପଡା ର ବିଭିନ୍ନ ସ୍ଥାନରୁ ଚାରି ଚକିଆ ଓ ଦୁଇ ଚକିଆ ଯାନ ଚୋରୀ ହେଉଥିବାର ବଢିବାରେ ଲାଗିଛି । ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆଙ୍କ ନିଦେ୍ର୍ଦଶ କ୍ରମେ ଟାଉନ ଥାନା ଅଧିକାରୀ ଦିଲିପ କୁମାର ସାହୁଙ୍କ ନେତୃତ୍ୱରେ ସମ୍ବେଦନଶୀଳ ଛକ ମାନଙ୍କରେ ଗାଡି ଯାଂଚ କରାଯାଇଛି । ପୈାରାଂଚଳର ତିନିମୁହାଣୀ, ଗୋପ, ରଣପଡା, କଜଳା, ନୂଆ ବସଷ୍ଟାଣ୍ଡ, ବାଇପାସ୍ ରୋଡ ପ୍ରଭୃତି ସ୍ଥାନ ମାନଙ୍କରେ ଚାରି ଚକିଆ ଓ ଦୁଇ ଚକିଆ ଗାଡି ଗୁଡିକୁ ଅଟକାଇ ସେମନଙ୍କର କାଗଜପତ୍ର ଯାଂଚ କରାଯାଉଛି । ଏହି ଯାଂଚ ସମୟରେ ଅନେକ ଗୁଡିଏ ଗାଡିର କାଗଜପତ୍ର, ବୀମା ଓ ଚାଳକଙ୍କର ଲାଇସେନ୍ସ ନଥିବା ଜଣାପଡିଛି । ଏବଂ କେତେକ ଗାଡିରେ ଅନ୍ୟ ଗାଡିର ନଂ ପ୍ଲେଟ ଲଗାଇ ଗାଡି ଚଳାଉଥିବା ଏହି ଚେକିଂ ସମୟରେ ପୋଲିସ ଅଧିକାରୀ ମାନେ ଜାଣିବାକୁ ପାଇଛନ୍ତି । କାଗଜପତ୍ର ନଥିବା ଗାଡି ଗୁଡିକୁ ଥାନାରେ ଅଟକ ରଖାଯାଇ ତଦନ୍ତ କରୁଥିବା ଜଣାପଡିଛି ।