ପୋଡ଼ିଗଲା ଦୁଇ ବଖରା ଘର 

 ରାଜକନିକା : ରାଜକନିକା ବ୍ଲକ ଅନ୍ତର୍ଗତ କାଟଣା-ବଣିଆ ପଞ୍ଚାୟତର ମଦରଙ୍ଗା ପାଟ ଗାଁର ରନôାକର ସେଠିଙ୍କ ଘର ଗତକାଲି ସୋମବାର ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଜଳିଯିବା ସହିତ ଲକ୍ଷ୍ୟଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ବିଦୁ୍ୟତ ସଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।ତେବେ ରନôାକରଙ୍କୁ ସରକାରୀ ସାହାଯ୍ୟ ପାଇଁ ଗ୍ରାମବାସୀ ଦାବିକରିଛନ୍ତି ।