ପ୍ରକାଶ ତ୍ରିପାଠୀଙ୍କ ହାତ ଧରିଲେ ୧୫୦ରୁ ଉଦ୍ଧ୍ୱର୍ ଶ୍ରମିକ

ପାରାଦୀପ : ବାପି ସାର୍ଖେଲଙ୍କ  ପାରାଦୀପ ପୋର୍ଟ ଡିଏଲଆର୍ସ ଆସୋସିଏସନର ଭାଗ୍ୟ ସୁତା ଖିଅରେ ଲଟକି ରହିଥିବା ବେଳେ ପିଆଇସିଟିର ଅନୁ୍ୟନ ୧୫୦ରୁ ଉଦ୍ଧ୍ୱର୍ ଶ୍ରମିକ  ବାପି ସାର୍ଖେଲଙ୍କ ‘ପାରାଦୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ’ ଛାଡି ଗୁରୁବାର ଶ୍ରମିକ ନେତା ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱାଧୀନ ‘ପାରାଦୀପ ପୋର୍ଟ ମଜଦୂର ସଂଘ’ରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଯେଭଳି  ପିପିଏଲ,ଆଇଓସିଏଲ  ଭଳି ଗୋଟିଏ ପରେ ଗୋଟିଏ  ଶିଳ୍ପ ସଂସ୍ଥାର ଶ୍ରମିକ ମାନେ ଶ୍ରମିକ ନେତା ବାପି ସାର୍ଖେଲଙ୍କ ନେତୃତ୍ୱ ଉପରୁ ଆସ୍ଥା ହରାଇ ଶ୍ରମିକ ନେତା ପ୍ରକାଶ ତ୍ରିପାଠୀଙ୍କ ସହିତ ଯୋଡି ହେବାରେ ଲାଗିଛନ୍ତି, ଆଗାମୀ ଦିନରେ  ଯଦି ଏଭଳି ପ୍ରକ୍ରିୟା ଜାରି ରୁହେ,ତେବେ ରାଜନୀତିରେ ଗୋଟିକ ପରେ ଗୋଟିଏ ଦଳ ବଦଳେଇ ବାପି ସାର୍ଖେଲ ଯେଭଳି ନିଜର ପତିଆରା ହରାଇ ବସିଛନ୍ତି, ପାରାଦୀପରେ କମେଇଥିବା ଶ୍ରମିକ ନେତାର ପରିଚୟ ଯେ ନିକଟ ଭବିଷ୍ୟତରେ ହରାଇ ନ ବସିବେ, ସେଭଳି ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ  । ପାରାଦୀପ ଇଣ୍ଟରନ୍ୟାସନାଲ  କାର୍ଗୋ ଟର୍ମିନାଲ “ପିଆଇସିଟି’’ରେ କାମ କରୁ ଥିବା ସଂହ ଭାଗ ଶ୍ରମିକ ଶ୍ରମିକ ନେତା ପ୍ରକାଶ ତ୍ରିପାଠୀଙ୍କ  ନେତୃତ୍ୱାଧୀନ ପାରାଦୀପ ପୋର୍ଟ ମଜଦୂର ସଂଘର ସଦସ୍ୟ ଭାବେ ରହି ଆସିଥିବା ବେଳେ ଗୁରୁବାର ଅପରାହ୍ନରେ ପିଆଇସିଟିରେ ଷ୍ଟିଚର, ଫିଟର, ଅପରେଟର, ସୁପରଭାଇଜର, ହାଉସ ସ୍କିପିଙ୍ଗ, ହୁପର ମ୍ୟାନ, ଓ୍ୟାଗନ ଲୋଡର,ଷ୍ଟାକିଙ୍ଗ ଆଦି  ବିଭିନ୍ନ କ୍ୟାଟେଗୋରିରକାମ କରି ଆସୁଥିବା ଯେଉଁ  ଅନୁ୍ୟନ୧୫୦ରୁ ଉଦ୍ଧ୍ୱର୍  ଶ୍ରମିକ   ବାପି ସାର୍ଖେଲଙ୍କ ନେତୃତ୍ୱାଧୀନ ପାରାଦୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘରେ ଥିଲେ । ସେମାନେ  ବାପି ସାର୍ଖେଲଙ୍କ ହାତ ଛାଡି ଛାଡି ଶ୍ରମିକ ନେତା ପ୍ରକାଶ ତ୍ରିପାଠୀଙ୍କ ସଂଘରେ ସାମିଲ ହୋଇଛନ୍ତି ।  ଏହି ପରିପ୍ରେକ୍ଷୀରେ   ନୂଆବଜାରସ୍ଥିତ  ପାରାଦୀପ ପୋର୍ଟ ମଜଦୂର ସଂଘ କାର୍ଯ୍ୟାଳୟ ପରିସରରେ  ଆୟୋଜିତ ମିଶ୍ରଣ ପର୍ବରେ  ସମବେତ ଶ୍ରମିକ ମାନେ ବିଗତ ୭ ବର୍ଷ ଧରି ବାପି ସାର୍ଖେଲଙ୍କ ପାଖରେ କିଭଳି ଶୋଷିତ,ନିର୍ଯ୍ୟାତିତ ହୋଇ ଆସୁଥିଲେ,ସେମାନଙ୍କୁ ମୋହରା ବନେଇ କମ୍ପାନୀ ଠାରୁ ବାପି ସାର୍ଖେଲ ମୋଟା ଅଙ୍କର ଅର୍ଥ  ଆଦାୟ କରୁଥିଲେ,ସେ ସମ୍ପର୍କରେ  କ୍ଷୋଭଭରା କଣ୍ଠରେ ପ୍ରକାଶ କରିଥିଲେ  । ଏହି ମିଶ୍ରଣ ପର୍ବରେ ପାରାଦୀପ ପୋର୍ଟ ମଜଦୂର ସଂଘର  କାର୍ଯ୍ୟକାରୀ ସଭାପତି ଅଭିମନୁ୍ୟ ବେହେରା, ସାଧାରଣ ସମ୍ପାଦକ ପରେଶ ମୁର୍ମୁ, ଉପସଭାପତି ସୁବ୍ରତ ପ୍ରଧାନ ଓ  ଉପଦେଷ୍ଟା ସର୍ବେଶ୍ୱର ବଳିୟାରସିଂ ପ୍ରମୁଖ ଉପସ୍ଥି ଥିଲେ  ।