ପ୍ରଜ୍ଞାପରମିତା ସୁକିନ୍ଦା ବିଡିଓ
ସୁକିନ୍ଦା : ପ୍ରଜ୍ଞାପରମିତା ପୃଷ୍ଟି ସୁକିନ୍ଦା ବ୍ଲକର ନୂତନ ବିଡିଓ ଭାବେ ଯୋଗଦେଇଛନ୍ତି । ଶ୍ରୀମତୀ ପୃଷ୍ଟି ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ଡେପୁଟି କଲେକ୍ଟର ଥିଲେ । କାର୍ଯ୍ୟରେ ଯୋଗ ଦେବା ପରେ ବ୍ଲକ୍ର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଦାୟିତ୍ୱରେ ଥିବା ବିଡିଓ ନମ୍ରତା ମୋଦୀ ନବନିଯୁକ୍ତ ବିଡ଼ିଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଗତ କିଛିଦିନ ହେବ ବିଡ଼ିଓଙ୍କ ବଦଳି ପରେ ପଦବୀ ଖାଲି ପଡିଥିଲା ସେଥିପାଇଁ ନମ୍ରତା ମୋଦୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା ।