ନିୟମ ଉଲ୍ଲଂଘନରେ ଚାଲିଛି ମର୍ଜିତାପୁର ବାଲିଘାଟ 

ଯାଜପୁର: ଧର୍ମଶାଳା ତହସିଲ ଅଧିନ ମର୍ଜିତାପୁର ବାଲିଘାଟରୁ ଦିନରାତି ବେଆଇନ ଭାବେ ବାଲି ଚାଲାଣ ହେଉଛି । ଆଇନ ତଥା ଉଚ୍ଚ ନ୍ୟାଳୟର ନିଦେ୍ର୍ଦଶନାମାର ଧଜିୟା ଉଡାଉଛନ୍ତି ଲିଜ୍ଧାରୀ । ସକାଳ ୭ଟା ରୁ ରାତି ୯ଟା ପର୍ଯ୍ୟନ୍ତ ବାଲି ଉଠାଣ ହୋଇପାରିବ ନାହିଁ ବୋଲି ଉଚ୍ଚନ୍ୟାଳୟର ନିଦେ୍ର୍ଦଶ ରହିଛି । ହେଲେ ଲିଜ ଧାରୀ ଏଠି ଉଚ୍ଚ ନ୍ୟାଳୟର ନିର୍ଦେଶକୁ ଅବମାନନା କରି ଚାଲିଛନ୍ତି । ବ୍ରାହ୍ମଣୀକୁ ଲୁଟି ଚାଲିଛନ୍ତି ଲିଜଧାରୀ । ଦୈନିକ ଲୁଟୁଛତି ଶହ ଶହ ଟ୍ରିପ୍ ବାଲି । ବେଆଇନ ବାଲି ଉତୋଳନ ଓ ଚାଲାଣକୁ ନେଇ ଉପୁଜୁଛି ବହୁ ସମସ୍ୟା । ଲଘୁ ଖଣିଜ ଚୋରା କାରବାରେ ରୋକ ଲଗାଇବାକୁ ଆଇନ ରହିଥିବା ବେଳେ, କିଛି ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବ ଓ ଲାଭଖୋର ମନୋବୃତି ପାଇଁ ଆଇନ୍ ବାଟବଣା ହେଉଛି । ଲଘୁ ଖଣିଜ ଚୋରା ଚାଲାଣ ରୋକିବା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି । କିନ୍ତୁ ଏହା ସ୍ଥାଣୁତା ପାଲଟିବା ଭଳି ମନେ ହେଉଛି । ଏହି ଘାଟ ଠାରୁ ଜେନାପୁର ପୁଲିସ ଷ୍ଟେସନ ଦୂରତା ମାତ୍ର ୩ କିମି ହୋଇଥିବା ସ୍ଥଳେ ଦିନରେ ଘାଟରୁ ବାଲି କିପରି ପରିବହନ କରାଯାଇ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି ତାହା ସମସ୍ତଙ୍କ ସନେ୍ଦହ ସୃଷ୍ଟି ହେଉଛି । ଫଲରେ ସବୁ ଆଇନ୍କୁ ଫାଙ୍କି ଚାଲିଛନ୍ତି ଲିଜଧାରୀ । ଅଭିଯୋଗ ମୁତାବକ, ମର୍ଜିତାପୁର ଘାଟଟି ଖାତାନଂ ୬୪୦ ଏବଂ ପ୍ଲଟ ୧(ପି), ଏରିଆ ୧୨.୫୦କୁ ଜୟନ୍ତ ଜେନାଙ୍କୁ ଉତ୍ତୋଳନ ପାଇଁ ଅନୁମତି ମିଳିଛି । ଲିଜ୍ଧାରୀଙ୍କୁ ଚାରିସୂତ୍ର ନିୟମ ପାଳନ କରିବାକୁ ନିଦେ୍ର୍ଦଶ ରହିଛି । ହେଲେ ଲିଜଧାରୀ ନିୟମ ମାନିବାକୁ ନାରାଜ । ଲିଜଧାରୀ ନିଜର ସୀମା ଲଂଘି ବାଲି ଲୁଟି ଚାଲିଥିବା ବେଳେ ପ୍ରଶାସନ ନିରବ ରହୁଛି । ପ୍ରକୃତପକ୍ଷେ ବାଲିଘାଟରୁ ଦୈନିକ ବେଆଇନ୍ ଭାବରେ ଶତାଧିକ ଟ୍ରିପ ବାଲି ହାଇୱା, ଟିପର ଓ ଟ୍ରାକ୍ଟର ଭଳି ଭାରୀଯାନରେ ଉତ୍ତୋଳନ କରାଯାଇ ବାହାରକୁ ରକୁ ଚାଲାଣ ହେଉଛି । ଫଳରେ ବ୍ରାହ୍ମଣୀ ଗର୍ଭରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ, ଅଘଟଣ ମଧ୍ୟ ଘଟିବାର ସମ୍ଭାବନା ରହିଛି । ବାଲି ଖନନ ଦ୍ୱାରା ପାଣିର ସ୍ରୋତ ବଦଳିବାରେ ଲାଗୁଛି । ଘାଟରେ ଲିଜଧାରୀ ୨ଦୁଇଟି ଉଚ୍ଚ କ୍ଷମତା ସମ୍ପନ୍ନ ମେସିନ ବ୍ୟବହାର କରି ହାଇା ସାହାଯ୍ୟରେ ଶହଶହ ଟ୍ରିପ ବାଲି ଲୁଟ୍ ହେଉଛି । ବାଲି ଲୁଟ୍ ରୋକିବା ପାଇଁ ଲଘୁ ଖଣି ବିଭାଗ ପକ୍ଷରୁ କଡାକଡ଼ି ନିଦେ୍ର୍ଦଶ ରହିଛି । କିନ୍ତୁ ଏଠି ନିୟମକୁ ଲିଜଧାରୀ ମାନିବାକୁ ରାଜି ନୁହଁନ୍ତି । ବେଆଇନ ଭାବରେ ଲିଜଧାରୀ ମାଲେମାଲ ହେଉଥିବା ବେଳେ, ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ଏଥିଯୋଗୁ ସମସ୍ତେ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି । ଅନେକ ସମୟରେ ବଜାର ରାସ୍ତା ଉପରେ ଗଦା ହେଉଛି କୁଢ଼ କୁଢ଼ ବାଲି । ଭାରୀଯାନ ଚାଲିବା ଦ୍ୱାରା ନଦୀବନ୍ଧ ରାସ୍ତା ଦୁର୍ବଳ ହେବାରେ ଲାଗିଛି । ଅନେକ ସମୟରେ ବାଲି ଗାଡିପାଇଁ ଆମ୍ବୁଲାନ୍ସ ସହିତ ଘରୋଇ ଗାଡ଼ି ଦୀର୍ଘ ସମୟ ଫସି ରହିଥିବାର ନଜର ରହିଛି । ଏହା ଉପରେ ଜିଲାପାଳ ଦୁଷ୍ଟିଦେବାକୁ ଅଂଚଳବାସୀ ଦାବି କରିିଛନ୍ତି ।