ପ୍ରତ୍ୟେକ ପଞ୍ଚାୟତରୁ ରାଜସ୍ୱ ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ଶିବିର
ମାଲକାନଗିରି : ସରକାରଙ୍କ ଉଦ୍ୟମରେ ସ୍ଥାନୀୟ ସାତୋଟି ବ୍ଲକ୍ ଯଥା କାଲିମେଳା, ପଡିଆ, କୋରୁକୋଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ, ମାଲକାନଗିରି ଏବଂ ମାଥିଲି ବ୍ଲକ୍ ଆଦିର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ପିଇଓ, ଏଡିଓ ଏବଂ ଜିଆରଏସଙ୍କୁ ନେଇ ଏକ ଦକ୍ଷତା ବୃଦ୍ଧି ନେତୃତ୍ୱର ଗଠନ ମାଧ୍ୟମରେ ପଞ୍ଚାୟତର ନିଜ ରାଜସ୍ୱ ବୃଦ୍ଧି ନିମନ୍ତେ ତାଲିମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଗ୍ରାମ ପଞ୍ଚାୟତର ବିକାଶ ଉଦ୍ଦେଶ୍ୟରେ ଲୋକ ପ୍ରତିନିଧି ଏବଂ ଅଫିସିଆଲ୍ଙ୍କୁ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଏକ ଦୀର୍ଘ ୪ଟି ବ୍ୟାଚ ମାଧ୍ୟମରେ ୮ ଦିନିଆ ତାଲିମ୍ ଶିବିର ଆୟୋଜନ ପୂର୍ବକ ସମୁଦାୟ ୨୧୬ ଜଣଙ୍କୁ ପ୍ରଶିକ୍ଷଣ ଦିଆ ହୋଇଥିଲା ।
ଏହି ଶିବିର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଜିଲ୍ଲା ପରିଷଦ ତତ୍ତ୍ୱାବଧାନରେ ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ପ୍ରଶିକ୍ଷଣର ଉଦଯାପନୀ କାର୍ଯକ୍ରମରେ ମୁଖ୍ୟଅତିଥି ସିଡିଓ/ଇଓ ନରେଶ ଚନ୍ଦ୍ର ଶବରଙ୍କ ସମେତ ସମ୍ମାନୀତ ଅତିଥି ଭାବରେ ଏପିଡି ଅର୍ଥ ମାନସ ମିଶ୍ର ଅତିଥି ଭାବରେ ଆରଜିଏସଏ ଡିପିଏମ ଅଶୋକ ସାହୁ ଉପସ୍ଥିତ ରହି ସମସ୍ତଙ୍କୁ କାର୍ଯ୍ୟକ୍ରମର ଜରୁରୀ ଦିଗ ପ୍ରତୀଧ୍ୟାନ ଆକର୍ଷଣ କରିଥିଲେ । ଏଥିରେ ପୋର୍ଗ୍ରାମ୍ ମ୍ୟାନେଜର ହିମାଂଶୁ ଭୁଷଣ ମହାରଣା ଶିବିରର ଉଦ୍ଦେଶ୍ୟ ଓ କାର୍ଯ୍ୟସୂଚୀ ବିଷୟରେ ବିସ୍ତୃତ ଭାବେ ଉପସ୍ଥିତ ପ୍ରଶିକ୍ଷାର୍ଥିଙ୍କୁ ଅବଗତ କରାଇଥିଲେ । ଏହି ତାଲିମ୍ ଶିବିରରେ ଆସିଥିବା ସମସ୍ତ ସରପଞ୍ଚ ଏବଂ ଅଫିସିଆଲ୍ଙ୍କ ନେତୃତ୍ୱ ମାଧ୍ୟମରେ ଗ୍ରାମ ପଞ୍ଚାୟତର ନିଜ ରାଜସ୍ୱ ବୃଦ୍ଧି ସମ୍ଭବ ଏହି ଉଦ୍ଦେଶ୍ୟରେ ବିଶେଷ ତାଲିମ୍ ଦିଆଯାଇଥିଲା । ଏହି ଶିବିରରେ ତାଲିମ୍ ଦାତା ଭାବରେ କସମସ୍ ତିର୍କୀ, ବିନାଶ କୁମାର ମିଶ୍ର, ଜଗନ୍ନାଥ ମଣ୍ଡଳ, ଶୁଭଲକ୍ଷ୍ମୀ ସ୍ୱାଇଁ, ସୁଜତା ବିଶ୍ୱାସ ଆଦି ପ୍ରେରଣାଦାୟୀ ଏବଂ ତଥ୍ୟ ମୂଳକ ତାଲିମ୍ ଦେଇଥିଲେ ।