ପ୍ରଥମ ମହିମା ବହିମେଳା ଉଦ୍ଘାଟିତ
ଢେଙ୍କାନାଳ : ଢେଙ୍କାନାଳ ସହରର ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ "ନିୟୁ ଇଣ୍ଡିଆ' ପକ୍ଷରୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଏନ୍ବିଟି ସହଯୋଗରେ "ପ୍ରଥମ ମହିମା ବହି ମେଳା' ଆଜି ଉଦ୍ଘାଟିତ ହୋଇଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ବହିମେଳାକୁ ଉଦଘାଟନ କରି କହିଥିଲେ । ଏହାର ବହୁଳ ପ୍ରଚାର ପ୍ରସାର କରାଗଲେ, ଜ୍ଞାନ ଓ ପ୍ରତିଭାର ବିକାଶ ହୋଇପାରିବ ।
ଜିଲ୍ଲା ଆରକ୍ଷୀ ଅଧକ୍ଷକ ଅଭିନବ ସୋନକର ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇ ଡିଜିଟାଲ ମିଡିଆ ଠାରୁ ବହିର ମାଧ୍ୟମ ବହୁତ ଆନନ୍ଦମୟ ଏବଂ ସମସ୍ତେ ବହିକୁ ଆପଣେଇବା ପାଇଁ ଆହ୍ୱାନ ଦେଇଥିଲେ । ବକଳଧାରୀ ମହିମା ସମାଜର ଅବଧୂତ ସୁବ୍ରତ ବାବା ମୁଖ୍ୟବକ୍ତଭାବେ ଯୋଗଦେଇ ÷ମହିମା ଧର୍ମ ସମାଜରେ ଜ୍ଞାନର ଆଲୋକବର୍ତିକା ଜଳାଉଥିବା ବେଳେ ବହିହୋଇ ପ୍ରଚାର ଓ ପ୍ରସାର କରି ଜ୍ଞାନର ପରିସୀମାକୁ ବୃଦ୍ଧି କରିଥାଏ ବୋଲି କହିଥାଏ । କବି ତଥା ଆୟୋଜକ ସଦସ୍ୟ ନିର୍ମଳା ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । କଳା ସଂସ୍କୃତି ସଂଘ ଉପସଭାପତି ଅବନୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ନିୟୁ ଇଣ୍ଡିଆର ସଂପାଦକ ତଥା ଆବାହାକ ଶେଷଦେବ ରାଉତ ଧନ୍ୟବାଦ ଦେଇଥିଲେ ।