ପ୍ରଧାନମନ୍ତ୍ରୀ ଆବାସ ସଚେତନତା ଶିବିର
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌର ପରିଷଦରେ ପ୍ରଧାନମନ୍ତ୍ରୀ ଆବାସ -୨ର ପ୍ରଚାର ପ୍ରସାର ଓ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ ପାଇଁ ସକାଶେ ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟାରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ପୌର ଯନ୍ତ୍ରୀ ମୁକେଶ ପ୍ରଧାନଙ୍କ ସଂଯୋଜନାରେ ପୌର ପରିଷଦ କାର୍ଯ୍ୟାଳୟ ସଭା କକ୍ଷରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗାଣ ନିରୀକ୍ଷକ ସ୍ନେହାଞ୍ଜଳି ସ୍ୱାଇଁ, କନିଷ୍ଠ ଯନ୍ତ୍ରୀ ସୁବ୍ରତ କୁମାର ମହାପାତ୍ର ମଞ୍ଚାସିନ ଥିଲେ । ଗରିବ ବସ୍ତିବାସିନ୍ଦା, ନିରାଶ୍ରୟ ଓ ଭୂମିହୀନ ବ୍ୟକ୍ତିଙ୍କୁ କିପରି ପକ୍କାଗୃହ ଯୋଗାଇଦେବାକୁ ହେବ ପ୍ରଧାନମନ୍ତ୍ରୀ ଆବାସ -୨.୦ ଯୋଜନା ସମ୍ପର୍କରେ ଆଲୋଚନା କରାଯିବା ସହ ସଚେତନତା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ -୨.୦ରେ ସହାୟତା ରାଶି ୨.୫ଲକ୍ଷ ଟଙ୍କା ସହ ୪ ମାସ ମଧ୍ୟରେ ଗୃହ କାର୍ଯ୍ୟ ସମ୍ପାଦନ କଲେ ୨୦ ହଜାର ଟଙ୍କା ଓ ୬ ମାସ ମଧ୍ୟରେ ଗୃହ କାର୍ଯ୍ୟ ସମ୍ପାଦନ କଲେ ୧୦ ହଜାର ଟଙ୍କା ସରକାରୀ ପ୍ରୋସôାହନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିବା ନେଇ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ଆୟୋଜିତ ବୈଠକରେ ବହୁ କାଉନସିଲର ଉପସ୍ଥିତ ଥିଲେ । ପ୍ରମୋଦ କୁମାର ସାହୁ, ଇ. କିଶାନ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପୌର ପରିଷଦର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।