ପ୍ରଧାନଶିକ୍ଷକଙ୍କୁ  ଅବସର ସମ୍ବର୍ଦ୍ଧନା

 ପାଣିକୋଇଲି : ଗୋଳେଇପୁର ପଂଚାୟତ ହାଇସ୍କୁଲ ପ୍ରଧାନଶିକ୍ଷକ ଉଦୟ ମହାପାତ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ସହିତ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରାଯାଇଛି । ଶ୍ରୀ ମହାପାତ୍ର ୧୯୯୦ ମସିହାରୁ ଉକ୍ତ ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ତାଙ୍କର ଅବସରଗ୍ରହଣ ବୈଠକରେ ଅତିଥି ଭାବେ କୋରେଇ ଶିକ୍ଷା ମଣ୍ଡଳ ଅଧିକାରୀ ସୁଦର୍ଶନ ମଲିକ, ଅସନଝର ହାଇସ୍ମୁଲର ପ୍ରଧାନ ଶିକ୍ଷକ ଅଭୟ କୁମାର ମହାପାତ୍ର, ଉମାପଦା ହାଇସ୍କୁଲର ପ୍ରଧାନଶିକ୍ଷକ ଭବାନୀ ଶଙ୍କର ଦାସ, ରଘୁନାଥ ସାହୁ ହାଇସ୍ମୁଲ ତରାକୋଟର ପ୍ରଧାନଶିକ୍ଷକ ମହେଶ୍ୱର ସାହୁଙ୍କ ସମେତ କୋରାଇ ଶିକ୍ଷା ମଣ୍ଡଳରୁ ବହୁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଉପସ୍ଥିତଥିଲେ ।