ପ୍ରଧାନଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା
ଗୋପ : ଗୋପ ବ୍ଲକ ବେଦପୁର ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ପଦ୍ମନାଭ ସେନାପତିଙ୍କ ବିଦାୟୀ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କଟକ ମାଧ୍ୟମିକ ଶିକ୍ଷା ପରିଷଦ ଡେପୁଟି କଣ୍ଟ୍ରୋଲର ସୁଶିଲ କୁମାର ବ୍ରହ୍ମା, ମୁଖ୍ୟବକ୍ତା ଭାବେ ମଣ୍ଡଳ ଶିକ୍ଷାଧିକାରୀ ପ୍ରମୋଦ କର, ଅନ୍ୟତମ ଅତିଥି ଭାବେ ରାଜ୍ୟ ପ୍ରାଥମିକ ଶିକ୍ଷକ ୟୁନିଅନ ସଭାପତି ଧିରେନ ପଟ୍ଟନାୟକ, ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହିମାଂଶୁ ଭୂଷଣ ସମରଥ, ବିଶିଷ୍ଟ ଅତିଥି ଭାବେ ବେଦପୁର ସରପଞ୍ଚ ଜୟନ୍ତୀ ଜେନା, ରାଜ୍ୟ ଅବସରପ୍ରାପ୍ତ ଶିକ୍ଷକ ସଂଘ ଉପସଭାପତି ସୁଶାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷାଦାନ ସହ ଛାତ୍ରଛାତ୍ରୀଙ୍କୁ ସୁନ୍ଦର ଭାବେ ଗଢି ତୋଳିବା ଓ ସ୍କୁଲରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାରେ ପ୍ରଧାନଶିକ୍ଷକ ପଦ୍ମନାଭ ସେନାପତିଙ୍କ ଅବଦାନ ଅତ୍ୟନ୍ତ ଅତୁଳନୀୟ ଓ ଆଦର୍ଶ । ତାଙ୍କର ଅବସର ଶିକ୍ଷା ପାଇଁ ଅପୁରଣୀୟ କ୍ଷତି ବୋଲି ଅତିଥିମାନେ ମତ ରଖିଥିଲେ । ଏଥିରେ ଛାତ୍ର ଛାତ୍ରୀମାନେ ଗୁରୁଜୀଙ୍କ ଆଦର୍ଶକୁ ମନେ ପକାଇ ଭାବ ବିହ୍ୱଳ ହୋଇଥିଲେ । ଏହି ସଭାରେ ଗୋପ ଶିକ୍ଷକ ସମନ୍ୱୟ ସମିତି ସମ୍ପାଦକ ସରୋଜ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସନ୍ତୋଷ ବିଶ୍ୱାଳ, ସୁରଜିତ ସାହୁ, ଦିବାକର ପରିଡ଼ା, ବିଶ୍ୱରଞ୍ଜନ ମିଶ୍ର, ଅଜୟ ରଥ, ବିଭୁଦତ୍ତ ନାୟକ, ସୁବାସିନୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।