ସର୍ପ ଦଂଶନରେ ବୃଦ୍ଧା ମୃତ
ତାଳଚେର : ତାଳଚେର ବ୍ଲକ ଗୋପାଳପ୍ରସାଦ ଥାନା ଅନ୍ତର୍ଗତ କଳମଛୁଇଁ ଗ୍ରାମର ବରିଷ୍ଠ ନାଗରିକ ରଘୁନାଥ ସାହୁ(୮୯ ବର୍ଷ)ଙ୍କୁ ଏକ ବିଷାକ୍ତ ଗୋଖର ସାପ କାମୁଡି ଦେବାରୁ ତାଙ୍କର ମୃତୁ୍ୟ ହୋଇଯାଇଛି । ସୂଚନାରୁ ପ୍ରକାଶ ଯେ ମଧ୍ୟାହ୍ନ ଭୋଜନ କରି ନିଜ ଦୋକାନ ଘରେ ବିଶ୍ରାମ କରୁଥିଲେ । ମାତ୍ର ସେଠାରେ ତାକୁ ଏକ ଗୋଖର ସାପ ଦଂଶନ କରିଥିଲେ ମଧ୍ୟ ସେ ଜାଣି ପାରିନଥିଲେ ବୋଲି ପରିବାର ସୂତ୍ରରୁ ଜଣାପଡିଛି । ଅପରାହ୍ନ ସାଢେ ୩ଟା ବେଳକୁ ତାଙ୍କୁ ଅସୁସ୍ଥ ଲାଗିବାରୁ ପରିବାର ଲୋକେ ଅନୁଗୋଳ ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା ।