ପ୍ରଧାନଶିକ୍ଷକଙ୍କ ପ୍ରଶିକ୍ଷଣ ଶିବିର
ଆସିକା: ଆସିକା ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଚିନିଶିଳ୍ପ ନୂଆଗାଁ ଉଚ୍ଚÿ ବିଦ୍ୟାଳୟ ଠାରେ ତିନିଦିନିଆ ପ୍ରଧାନଶିକ୍ଷକ ମାନଙ୍କ ପ୍ରଗତି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ସାମ୍ପ୍ରତିକ ପରିସ୍ଥିତିରେ ବିଦ୍ୟାଳୟ ଗୁଡିକୁ ଆଦର୍ଶରୂପେ ଗଠନ କରିବା ପ୍ରଣାଳୀ, ସରକାରଙ୍କ ପକ୍ଷରୁ ପ୍ରଦତ୍ତ ବିଭିନ୍ନ ପାଣ୍ଠିର ସୁ ବିନିଯୋଗ, ନୂତନ ଶିକ୍ଷା ନୀତି ଆଧାରରେ ବାଲ ବଟିକା ପ୍ରାତି ଅଧିକ ଗୁରୁତ୍ୱ ଦେବା, ବିଦ୍ୟାଳୟର ସାମଗ୍ରିକ ବିକାଶ ପ୍ରତି ଧ୍ୟାନ ଦେବା, ବିଦ୍ୟାଳୟ ସମ୍ବଳର ଆକଳନ କରିବା, ଦୂର ଦୃଷ୍ଟିକୁ ଆଖି ଆଗରେ ରଖି ପାଠ୍ୟ ଖସଡ଼ା ପ୍ରସ୍ତୁତ କରିବା, ବିଦ୍ୟାଳୟ ବିକାଶର ମାନ ନିର୍ଦ୍ଧାରଣ କରିବା ଉପରେ ପ୍ରଶିକ୍ଷକ ମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ତିନିଦିନିଆ ପ୍ରଧାନଶିକ୍ଷକ ମାନଙ୍କ ପ୍ରଗତି ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବିଭୁ ନନ୍ଦନ ପଣ୍ଡା, ସମେତ ଚାରିଜଣ ଦକ୍ଷ ପ୍ରଶିକ୍ଷକ ଭଞ୍ଜ ବେହେରା, ଶିବ ଶଙ୍କର ଗଉଡ଼, ସାରଙ୍ଗଧର ଦାସ, ରାଧା ମୋହନ ଡାକୁଆ ପ୍ରମୁଖ ଉପସ୍ଥିତ ରହି ତିନି ଦିନ ରେ ଅନେକ ଶିକ୍ଷା ବ୍ୟବସ୍ତାକୁ ଶକ୍ତିଶାଳୀ କରିବା ଦିଗରେ ତାଲିମ ପ୍ରଦାନ କରିଛନ୍ତି ।