ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବୈଠକ
ଭଣ୍ଡାରିପୋଖରୀ: ଏହି ବ୍ଲକର ସାରସ୍ୱତ ସରକାରୀ ଉଚ୍ଚବିଦ୍ୟାଳୟ ଜଳହରି ଠାରେ ସରକାରୀ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାଦଶତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧର କୁମାର ତରାଇ ସଭାପତିତ୍ୱ କରିଥିଲେ । ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଉର ଗୋପାଳ ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ।
ପ୍ରଧାନ ଶିକ୍ଷକ ଅଜୟ କୁମାର ନନ୍ଦ, ରତିକାନ୍ତ ବେହେରା, ସୁଦର୍ଶନ ସେଠୀ, ବିଷ୍ଣୁପ୍ରିୟା ସେଠୀ ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦାନ କରି ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାରେ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ନିଆଯାଉଥିବା ପଦକ୍ଷେପ, ଉକôର୍ଷ, ଆକାକ୍ଷୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମଲେଖା ଉପରେ ଆଲୋଚନା କରିଥିଲେ । ପ୍ରଧାନ ଶିକ୍ଷକ ସମୀର କୁମାର ଚୌଧୁରୀ, ତଟିନୀ ସେଠୀ, ମଧୁସୂଦନ ମହାନ୍ତି, ମନୋରଞ୍ଜନ ପଣ୍ଡା, ଶରତଚନ୍ଦ୍ର ମଲ୍ଲିକ, ବିଷ୍ଣୁ ଚରଣ ନାୟକ, ସୁକାନ୍ତି ମହାନ୍ତି, ଚନ୍ଦ୍ରାବତି ନାୟକ, ଭଗବାନ ପ୍ରଧାନ, ରଜନୀ କାନ୍ତ ମଲ୍ଲିକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ମହୁରା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।