ପ୍ରଶାସନର ଅଣଦେଖା,ଟ୍ରକ୍ ମାଲିକ ସଂଘର ଧାରଣା
କେନ୍ଦ୍ରାପଡା ଜିଲ୍ଲା ହାଇୱା ଓ ଟ୍ରିପର ମାଲିକ ସଂଘ ମାଲିକମାନେ ନିଜର ଗାଡି ବନ୍ଦ କରି ଦୀର୍ଘ ୧୩ଦିନ ହେବ ଧାରଣାରେ ବସିଛନ୍ତି । ଏମାନଙ୍କର ନାର୍ଯ୍ୟଦାବୀକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ ନ ଥିବା ଅଭିଯୋଗ କରି ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ନାରାୟଣ ସ୍ୱାଇଁ ପ୍ରକାଶ କରିଛନ୍ତି ଯେ, ଜିଲ୍ଲାରେ ସମସ୍ତ ଲଘୁ ଖଣିଜ ଦ୍ରବ୍ୟ ବନ୍ଦ ରହିଛି । ଜିଲ୍ଲା ପ୍ରଶାସନ କିମ୍ବା ଖଣି ବିଭାଗ ଅଧିକାରୀ ଏମାନଙ୍କ ସଂଘ ସହିତ ଆଲୋଚନା ନ କରିବାରୁ ବୁଧବାର ଜିଲ୍ଲା ଡ୍ରାଇଭର ମହାସଂଘ, ଓ ଇଟାଫ୍ୟାକ୍ଟ୍ରି ମାଲିକ ସଂଘ ଏମାନଙ୍କ ସହିତ ସାମିଲ୍ ହୋଇଛନ୍ତି । ଯଦି ୪୮ ଘାଣ୍ଟା ମଧ୍ୟରେ ଏମାନଙ୍କର ୫ ଦାବିକୁ ଜିଲ୍ଲା ପ୍ରଶାସନ ସମାଧାନ ନ କରେ ତେବେ ସଂଘ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବା ସହିତ ଶହ ଶହ ସଂଖ୍ୟକ ଗାଡି ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଆଲୋଚନା ସମୟରେ ଜିଲ୍ଲା ହାଇୱା ଓ ଟ୍ରିପ ମାଲିକ ସଂଘ, ଜିଲ୍ଲା ଡ୍ରାଇଭର ମହାସଂଘ ଓ ଇଟାଫ୍ୟାକ୍ଟି ସଂଘ ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।