ପ୍ରାକ୍ତନ ପ୍ରାଧ୍ୟାପକଙ୍କ ପରଲୋକ
ବ୍ୟାସନଗର : ସୋମବାର ସକାଳେ ବ୍ୟାସନଗର ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ତଥା ବାଜିରାଉତ୍ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରବିନାରାୟଣ ପଣ୍ଡାଙ୍କ ପରଲୋକ ଘଟିଛି । ଗଲା୨ ମାସ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ । ସେ ଜଣେ ଛାତ୍ର ବତ୍ସଳ, ତଥା ଉଚ୍ଚ କୋଟିର ପ୍ରାଧ୍ୟାପକ ରହିଥିଲେ । ଜଣେ ପରୋପକାରୀ, ମେଲାପି, ଆଧ୍ୟାତ୍ମିକ ବାଦି ବ୍ୟକ୍ତିତ୍ୱ ରହିଥିଲେ । ବ୍ୟାସନଗରର ବିଭିନ୍ନ ସଙ୍ଗଠନ ସହିତ ଓତଃ ପ୍ରୋତଃ ଭାବେ ଜଡିତ ଥିଲେ । ବରିଷ୍ଠ ନାଗରିକ ମଞ୍ଚ, ବ୍ୟାସନଗର ମହାବିଦ୍ୟାଳୟ ନିତ୍ୟ ଯୋକକାକ୍ଷାର ଜଣେ ନିୟମିତ ସଦସ୍ୟ ଥିଲେ । ତାଙ୍କ ମର ଶରୀର ମଧ୍ୟାହ୍ନ ୧୨ଟା ବେଳେ ବାସଭବନକୁ ଅଣାଯାଇଥିଲା । ବରିଷ୍ଠ ଓକିଲ ସୁଧାଂଶୁ ଦାସ, ପୂର୍ବତନ ଅଧ୍ୟକ୍ଷ ସୌରଭମୟ ଦାସ, ଆଡଭୋକଟ ବିବେକାନନ୍ଦ ମହାନ୍ତି, ବିଜୟ କୁମାର ମହାନ୍ତି, ପତାଞ୍ଜଳି ଭାରତ ସ୍ୱାଭିମାନ ଜିଲ୍ଲା ପ୍ରଭାରୀ ବିବେକାନନ୍ଦ ଜେନା, ସହପ୍ରଭାରୀ ବିଭୀଷଣ ନାୟକ, ରାଜେଶ୍ କୁମାର ପତି, ପୂର୍ବତନ ପ୍ରାଧ୍ୟାପକ ପୁନ୍ପୁନ ଦାସ, ସାମ୍ବାଦିକ ଦିଲୀପ କୁମାର ଦଳେଇ, ପୂର୍ବତନ ଅଧ୍ୟକ୍ଷ ସେଖ ଅବୁତାହିର ପ୍ରମୁଖ ମର ଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।