ପ୍ରାଣିଧନ ବିଭାଗର ଅଜବ ନୀତି ସ୍ୱଳ୍ପ ଚାଷୀ ପାଇବେ ସହାୟତା, ଅନେକ ବଞ୍ଚôତ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ମୁଣ୍ଡଆମ୍ବ ଅଂଚଳରେ ପ୍ରଥମେ ବାର୍ଡÿ ଫ୍ଲୁ ଚିହ୍ନଟ ପରେ ପ୍ରଣିଧାନ ବିଭାଗ ଏହାର ଏକ କିଲୋମିଟର ପରିଧି ମଧ୍ୟରେ ଥିବା ଫାର୍ମ ଓ ପଶୁପାଳକଙ୍କ ନିକଟରେ ଥିବା କୁକୁଡ଼ା ବତକ ଠାରୁ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷଣ ନିମନ୍ତେ ପଠାଇଥିଲେ । ତେବେ ଏହା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ଥିବା କୁକୁଡ଼ା ପାଳନ କରି ଫାର୍ମ ମାନଙ୍କରେ ଦୈନିକ ହଜାର ହାଜର କୁକୁଡା ମରୁଥିବାକୁ ନେଇ ଚାଷୀ ଅତାଙ୍କିତ ଥିବା ବେଳେ, ପ୍ରଣିଧନ ବିଭାଗର ସହାୟତା ଲୋଡ଼ିଥିଲେ । ତେବେ ପ୍ରଣିଧନ ବିଭାଗ ଫାର୍ମ ଓ କୁକୁଡା ପାଳକ ଚାଷୀଙ୍କ ନିକଟକୁ ନଯାଇ ବିଳମ୍ବରେ ଯାଇଥିବା ବେଳେ, ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷଣ ନିମନ୍ତେ ପଠାଇଥିଲେ । ସେତବେଳକୁ ଜିଲ୍ଲାରେ ଥିବା ପ୍ରତ୍ୟକ ଫାର୍ମରେ କୁକୁଡା ମୃତୁ୍ୟ ହୋଇଥବାରୁ ଫାର୍ମ ମାଲିକମାନେ ଏହାକୁ ପୋତି ଦେଇଥିଲେ । ଯେତେବେଳେ ଫାର୍ମରେ କୁକୁଡ଼ା ମରି ଫାର୍ମ ଖାଲି ହୋଇଗଲା ସେହି ସମୟରେ ବାର୍ଡଫ୍ଲୁ ହୋଇଥିବା ସୂଚନା ପ୍ରଘଟ କରିବା ସହିତ ମୁଣ୍ଡଆମ୍ବ ଅଞ୍ଚଳର ୧ କିମି ପରିଧି ମଧ୍ୟରେ ଥିବା ଫାର୍ମଙ୍କୁ ଯାଞ୍ଚ କରିବା ସହିତ ବଳକା ଥିବା କୁକୁଡାକୁ ଓ ବତକକୁ ମାରି ପୋତିବା ସହିତ ବିଶୋଧନ ପକ୍ରିୟା ଆରମ୍ଭ କରିଥିବାରୁ ଚାଷୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିଲା ।
ତେବେ ପ୍ରଣିଧନ ବିଭାଗ ପକ୍ଷରୁ ମୁଣ୍ଡଆମ୍ବ, ଡାମଣଭୂଇଁ, ଗୁଂଠରୀ, ଖଜୁରିଆ, କାଳିବତୀ, କାୟା, ଶ୍ରୀଧରପୁର, ସାତମାଣିଆ, ଲଙ୍ଗୁରିକୋଣ, ଗୂଡାବେଡି, ରାମେଶ୍ୱର, ଗାୟବନ୍ଧ, ଜଙ୍କିଆ, ରମ୍ଭାବିଲି, ବଳରାମପୁର, ଜଗତପୁର ଆଦି ଅଞ୍ଚଳରେ ଶତାଧିକ ଫାର୍ମର ରହିଥିବା ବେଳେ, ଏହି ଫର୍ମରେ ୩ ଲକ୍ଷରୁ ଅଧିକ କୁକୁଡା ଚାଷ ହେଉଥିବା ବେଳେ, ଏହା ମଧ୍ୟରୁ କେବଳ ଏହି କୁକୁଡାଙ୍କ ନିମନ୍ତେ ଫାର୍ମର ପାଖ ପାଖି ୪ କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ କରିଥିବା ବେଳେ, ବାର୍ଡ ଫ୍ଲୁ ଦ୍ୱାରା କ୍ଷତି ସହିଛନ୍ତ । ତେବେ ଏହିପରି କ୍ଷେତ୍ରରେ ୩ ଲକ୍ଷ କୁକୁଡାଙ୍କ ମଧ୍ୟରୁ ପ୍ରଣିଧନ ବିଭାଗ କେବଳ ୬ ହଜାର ୯୫୭ ଟି କୁକୁଡା ମାରିଥିବା ବେଳେ, ଅନ୍ୟ କୁକୁଡା ଗୁଡିକ ପୂର୍ବରୁ ମାରି ଯାଇଥିବା ଫାରର୍ମର ପ୍ରକାଶ କରିଛନ୍ତି । ତେବେ ପ୍ରଣିଧନ ବିଭାଗ ମାରିଥିବା କୁକୁଡା ପ୍ରତି ୧୨୦ ଟଙ୍କା ସହାୟତା ରାଶି ପ୍ରଦାନ କରିବା ଘୋଷଣା କରିଥିବା ବେଳେ, ଦେଶୀ କୁକୁଡା ପ୍ରତି ୧୫୦ ଟଙ୍କା ଏବଂ ବତକ ପିଛା ୧୬୦ ତାଙ୍କ ସହାୟତା ରାଶି ଦେବା ପାଇଁ ଘୋଷଣା କରିଥିବାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଚାଷୀଙ୍କ କହିବା କଥା ଯୁବକ ମାନଙ୍କୁ ରୋଜଗାର ଦେବା ନିମନ୍ତେ ସରକାର ଯୋଜନା ଆଣିବା ଏବଂ ଯୁବ ପିଡିଙ୍କୁ ଫାର୍ମ କରିବା ସ୍ୱପ୍ନ ଦେଖିଥିବା ବେଳେ, ଉଚିତ ସମୟରେ ବିଭାଗୀୟ ଅଧିକାରୀ ଅନୁପସ୍ଥିତି ପାଇଁ ଫାର୍ମର ତଳିତଳାନ୍ତ ହୋଇଛନ୍ତି । ଅଞ୍ଚଳରେ ଫାର୍ମରମାନେ ବ୍ୟାଙ୍କ ଋଣନେଇ ଫାର୍ମ କରି ନିଜର ଏକ ଭବିଷ୍ୟତକୁ ଦେଖୁଥିବା ବେଳେ, ସରକାରଙ୍କ ଅଜବନୀତି ଫାର୍ମରଙ୍କ ମନବଳକୁ କମାଇ ଦେଉଥିବା ଆଲୋଚନା ହେଉଛି । ବାର୍ଡ ଫ୍ଲୁ ହୋଇଥିବା ଅଞ୍ଚଳରେ, ୩ ଲକ୍ଷରୁ ଅଧିକ କୁକୁଡା ମାରି ଯାଇଥିବା ବେଳେ, ପାଖାପାଖି ୫ କୋଟି ପର୍ଯ୍ୟନ୍ତ କ୍ଷତି ସହିଛନ୍ତି ମାଲିକ । ଏହିପରି କ୍ଷେତ୍ରରେ ବିଭାଗୀୟ ଅଧିକାରୀମାନେ କୁକୁଡା ମରିବା ପରେ ଆସି ବାର୍ଡ ଫ୍ଲୁ ଘୋଷଣା କରିବା ଏବଂ ବଳକା ୭ ହଜାର କୁକୁଡା ମାରି କେବଳ ୮ଲକ୍ଷ ସହାୟତା ଦେଇ ଦେଇ ସହାୟତା କରିଥିବା ପ୍ରଚାର ପ୍ରସାରକୁ ନିନ୍ଦା କରୁଥିବା ଜଣାପଡୁଛି । ଏବଂ ସରକାର ଯଦି ଏହିପରି କୂଟନୀତି ପ୍ରୟୋଗ କରି ଯୁବ ଫାର୍ମରଙ୍କୁ ତଳିତଳାନ୍ତ କରନ୍ତି ତେବେ ଆଗାମୀ ଦିନରେ ଜିଲ୍ଲାରେ ଫାର୍ମର ମରୁଡି ହେବ ।