ଫଳ ଦୋକାନ ଉପରେ ଚଢ଼ିଗଲା କଣ୍ଟେନର : ଉତ୍ତ୍ୟକ୍ତ ଯୁବକଙ୍କ ପଥର ମାଡ
ହିଞ୍ଜିଳିକାଟୁ: ମଙ୍ଗଳବାର ବିଳମ୍ବିତ ରାତିରେ ହିଞ୍ଜିଳିକାଟୁ ପୈାର କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଏକ କଣ୍ଟେନର ଚକରେ ଛୋଟ ପଥର ବାଜି ରାସ୍ତା ପ୍ୱାର୍ଶ୍ୱରେ ଛିଡା ହୋଇଥିବା କିଛି ଯୁବକଙ୍କ ଦେହରେ ବାଜିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସଂପୃକ୍ତ ଯୁବଗୋଷ୍ଠୀ କଣ୍ଟେନର ଚାଳକଙ୍କୁ ପଥରରେ ଆକ୍ରମଣ କରିଥିଲେ । ତେବେ ଆକ୍ରମଣ ଫଳରେ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ଆହତ କଣ୍ଟେନର ଚାଳକ ଜଣଙ୍କ ହେଲେ ରାଜସ୍ଥାନ ଉଦୟପୁର ଅଞ୍ଚଳର ଭଗବତ ଲାଲ୍ (୨୫) । ଫଳରେ ଚାଳକ ଜଣଙ୍କ ଭାରସାମ୍ୟ ହରାଇ ସହରର ବିଜୁ ପଟ୍ଟନାୟକ ଛକ ପ୍ୱାର୍ଶ୍ୱରେ ଥିବା ଏକ ଫଳ ଦୋକାନ ଓ ଏକ ବାଇକ୍ ସହ ଧକ୍କା ଘଟିଥିଲା । ଦୁର୍ଘଟଣାରେ ଫଳ ଦୋକାନ ଓ ମୋଟର ସାଇକେଲ କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଚାଳକଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ ।