ଫସଲ ବିବିଧିକରଣ କୃଷିରଥ ଉଦ୍ଘାଟିତ


 ।ା ପ୍ରଭାନୁ୍ୟଜ ।ା ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରୁ ଫସଲ ବିବିଧିକରଣ କୃଷିରଥ ଉଦ୍ଘାଟିତ ହୋଇଯାଇଛି । ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଖରିଫ ଋତୁରେ ଅଣଧାନ ଫସଲ ପାଇଁ ଫସଲ ବିବିଧିକରଣ ଉପରେ ସଚେତନତା ସୃଷ୍ଟି ଉଦେ୍ଦଶ୍ୟରେ ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ପାଢ଼ୀ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କୃଷି ବୈଷୟିକ ପରିଚାଳନା ସଂସ୍ଥା ଆତ୍ମାର ସ୍କିମ୍ ଅଫିସର ମାର୍କଣ୍ଡ ପ୍ରଧାନ, ଫସଲ ବିବିଧିକରଣ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ବିକୁନ ନାୟକ ଓ କୃଷି ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ରଥ ଓଡାପଡା ବ୍ଲକର ଛାଟିଆ କ୍ଲଷ୍ଟର ଓ ସଦର ବ୍ଲକର ସରଦେଇପୁର କ୍ଲଷ୍ଟର ଅନ୍ତର୍ଗତ ପ୍ରାୟ ୩୦ଟି ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ କରିବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ ।