ଫାର୍ମାସିଷ୍ଟଙ୍କୁ ୨ଦିନିଆ ତାଲିମ୍ ଉଦ୍ଘାଟିତ

ଭୁବନେଶ୍ୱର: ଶ୍ରମ ବିଭାଗ ଦ୍ୱାରା ରାଜ୍ୟ ଶ୍ରମ ସଂସ୍ଥାନ ଆନୁକୂଲ୍ୟରେ ଓ କର୍ମଚାରୀ ରାଜ୍ୟ ବୀମା ଯୋଜନା (ଇଏସଆଇ) ନିଦେ୍ର୍ଦଶାଲୟ ସହଯୋଗିତାରେ ଫାର୍ମାସିଷ୍ଟମାନଙ୍କ ନିମନ୍ତେ ୨ଦିନିଆ ତାଲିମ କାର୍ଯକ୍ରମ ଉଦ୍ଘାଟିତ ହୋଇଛି । ରାଜ୍ୟ ଶ୍ରମ ସଂସ୍ଥାନର ସମ୍ମିଳନୀ ପ୍ରକୋଷ୍ଠରେ ଆୟୋଜିତ କାର୍ଯ୍ୟକ୍ରମକୁ ଶ୍ରମ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ମଧୁମିତା ନାୟକ ଉଦ୍ଘାଟନ କରିଥିଲେ । ଅତିଥିମାନେ ଫାର୍ମାସିଷ୍ଟମାନଙ୍କୁ ସେମାନଙ୍କର କାର୍ଯ୍ୟଶୈଳୀ ଓ ଦକ୍ଷତା ବିକାଶ ପାଇଁ ଏହି କର୍ମଶାଳାର ଲାଭ ନେବାକୁ କହିଥିଲେ । ମୁଖ୍ୟ ଅତିଥି ଫାର୍ମାସିଷ୍ଟମାନଙ୍କୁ ରୋଗୀଙ୍କ ପ୍ରତି ସମ୍ବେଦନଶୀଳ ଓ କର୍ତ୍ତବ୍ୟ ପରାୟଣ ହେବାକୁ ଅନୁରୋଧ କରିଥିଲେ । ଶେଷରେ ଡ । ଶ୍ୱେତାଲିନା ଆସେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ତାଲିମ କାର୍ଯକ୍ରମରେ ୨୫ ଜଣ ଫାର୍ମାସିଷ୍ଟ ଯୋଗଦାନ କରିଛନ୍ତି ।