ଫେବୃଆରିରେ ୨୩ରେ ଅନ୍ତର୍ଜାତୀୟ ଧଉଳି କଳା ଉତ୍ସବ
ବାଲିଅନ୍ତା: ଫେବୃଆରୀ ୨୩ ରୁ ୨୫ ଧଉଳି ଶାନ୍ତି ସ୍ତୁପ ନିକଟରେ ଆୟୋଜିତ ହେବ ଅର୍ନ୍ତଜାତୀୟ ଧଉଳି କଳା ଉସôବ । ଏହି ଉତ୍ସବରେ ଭାରତ ସହିତ ଅଷ୍ଟ୍ରେଲିଆ, ଆମେରିକା, ନେପାଳ, ବାଂଲାଦେଶ, କୋରିଆ ଓ କାନାଡା ଆଦି ଦେଶରୁ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିବେ । ଶିଳ୍ପୀନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା, ଭାସ୍କର୍ଯ୍ୟ କଳା, ମୁଦ୍ରଣ କଳା, ଓଡ଼ିଶାର ପାରମ୍ପାରିକ ପଟ୍ଟଚିତ୍ର ଓ ଇନଷ୍ଟଲେସନ୍ ଆର୍ଟ ଏହି କଳା ଉତ୍ସବରେ ପ୍ରଦର୍ଶିତ ହେବ ।୩ ଦିନ ଧରି ଆୟୋଜିତ ଏହି ଉତ୍ସବରେ ଦେଶ ବିଦେଶରୁ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ । ଏହି ପ୍ରଦର୍ଶନୀରେ ୧୪୦୦ ଶିଶୁ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିବେ । କୃତି ଶିଳ୍ପୀଙ୍କୁ ଉତ୍ସବରେ ପୁରସ୍କୃତ କରାଯିବ । ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବାକୁ ଇଛୁକ ଚିତ୍ରଶିଳ୍ପୀ ଜାନୁଆରୀ ୨୦ ଓ ଶିଶୁ ଶିଳ୍ପୀମାନେ ଜାନୁଆରୀ ୧୦ ତାରିଖ ମଧ୍ୟରେ ଧଉଳି ଚାରୁକଳା କଲେଜରେ ନିଜ ନିଜ ଛବି ଦାଖଲ କରିପାରିବେ ବୋଲି ଅଧ୍ୟକ୍ଷ ଡ. ପଞ୍ଚାନନ ସାମଲ ଓ ସମ୍ପାଦକ ରବିଶଙ୍କର ଦାସ ଜଣାଇଛନ୍ତି ।