ଫେରିଲା ୨ଦାଦନ ଶ୍ରମିକଙ୍କ ମରଶରୀର: ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ
ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଭିକ୍ଷା ପଞ୍ଚାୟତ ଅନ୍ତର୍ଗତ କୋଦଭଟ୍ଟା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକ କୃଷ୍ଣ ଗୌଡ଼ଙ୍କ ପୁଅ ରମେଶ ଗୌଡ଼ (୨୨) ଏବଂ ହରିଚନ୍ଦ୍ର ଭତ୍ରାଙ୍କ ପୁଅ ଚଇତୁ ଭତ୍ରା(୨୩) ତେଲଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାର ପଶାମୟାଲାରାମରେ ଥିବା ସିଗାଚି ଇଣ୍ଡଷ୍ଟ୍ରିଜ ଔଷଧ କାରଖାନାରେ କାମ କରୁଥିବାବେଳେ ଗତ ସୋମବାର କୌଣସି କାରଣରୁ ହଠାତ୍ ବିସ୍ଫୋରଣ ହେବା ଯୋଗୁଁ ମୃତୁ୍ୟ ମୃତୁ୍ୟ ଘଟିଥିଲା । ଆଜି ତାଙ୍କ ମରଶରୀରକୁ ପରିବାର ଲୋକ ଗାଁକୁ ଆଣିଥିଲେ । ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ଦୁଇ ଜଣଙ୍କର ଶେଷକୃତ ସଂପନ୍ନ ହୋଇଥିଲା । କମ୍ପାନୀ ପକ୍ଷରୁ ଶବ ଆଣିବା ପାଇଁ ଆମ୍ବୁଲାନ୍ସ ଯୋଗାଇ ଦେବା ସହ ଶବଦାହ ପାଇଁ ଆର୍ଥôକ ସହାୟତା ଏକ ଲକ୍ଷ ଯୋଗାଇ ଦିଆଯାଇଥିଲା । ପ୍ରକାଶ ଯେ, କୋଦଭଟ୍ଟା ଗ୍ରାମର ରମେଶ ଗୌଡ଼ ଏବଂ ଚଇତୁ ଭତ୍ରା ସହ ଆଖପାଖ ଗ୍ରାମର କିଛି ଶ୍ରମିକ ମିଶି ଏକ ମାସ ତଳେ ତେଲଙ୍ଗାନା ଔଷଧ କାରଖାନାରେ କାମ କରିବା ପାଇଁ ଯାଇଥିଲେ । ତେବେ କାମ କରିବା ସମୟରେ ସୋମବାର ଦିନ ୯ ଘଣ୍ଟା ସମୟରେ କୌଣସି କାରଣରୁ ହଠାତ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଯୋଗୁଁ କୋଦଭଟ୍ଟା ଗ୍ରାମର ରମେଶ ଗୌଡ଼ ଏବଂ ଚଇତୁ ଭତ୍ରାଙ୍କ ମୃତୁ୍ୟ ହୋଇଥିଲା । ଘଟଣା ନେଇ ସାଥି ହୋଇ ଯାଇଥିବା ଅନ୍ୟଜଣେ ଶ୍ରମିକ କୃଷ୍ଣ ଗୌଡ଼ଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ । ଖବର ପାଇ ୱାର୍ଡ ସଭ୍ୟ କୁମ ଭତ୍ରା, ଶୁକମନ ଗୌଡ଼, ଚଇତୁ ଭତ୍ରା, ବଳି ଗୌଡ଼ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚô ଥିଲେ । ଗତକାଲି ରାତ୍ର ୧୧ଘଣ୍ଟା ସମୟରେ ଡିଏନ୍ଏ ପରୀକ୍ଷା ପରେ ପରିବାର ଲୋକଙ୍କୁ ମର ଶରୀର ପ୍ରଦାନ କରାଯାଇଥିଲା ।