ବିଜୟ ରୂପାନୀଙ୍କ ସ୍ମୃତିସଭା

 ବୈଶିଙ୍ଗା : ଗୁରୁବାର ଗୁଜୁରାଟ ଅହମ୍ମଦାବାଦ୍ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉଡାଣର ମାତ୍ର ଦୁଇ ମିନିଟ୍ ମଧ୍ୟରେ ବୋଇଂ ଡ୍ରିମଲାଇନର୍ ଏଆଇ -୧୭୧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇ ଭୟଙ୍କର ବିସ୍ଫୋରଣ ସହ ଡାକ୍ତରୀ ଛାତ୍ରାବାସ ଉପରେ ପଡ଼ି ଯାଇଥିଲା  । ଏହି ଦୁର୍ଘଟଣା ରେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣ ପ୍ରାଣତ୍ୟାଗ କରିଥିଲେ ଏବଂ ୫ ଜଣ ଡାକ୍ତରୀ ଛାତ୍ର ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ମୃତୁବରଣ କରିଥିଲେ  । ଏହି ବିମାନରେ ଥିବା  ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ଭାଇ ରୁପାନୀର ଦେହାନ୍ତ ହୋଇଥିଲା  । ଏହି ଖବର ପ୍ରସାରଣ କ୍ଷଣି ସାରା ବିଶ୍ୱରେ ଶୋକର ଛାୟା ଖେଳି ଯାଇଛି  । ଆମ୍ବଗଡ଼ିଆ ବିକାଶ ପରିଷଦ ପକ୍ଷରୁ  ବିଜୟ ଭାଇ ରୁପାଣୀଙ୍କ ସହ ସମସ୍ତ ମୃତକ ମାନଙ୍କ ପାଇଁ ସ୍ମୃତି ଚାରଣ ସଭା କରିବା ସହ ଅମର ଆତ୍ମାର ସଦଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଛି  । ଆମ୍ବଗଡ଼ିଆ ବିକାଶ ପରିଷଦର ଅଧକ୍ଷ ଅନ୍ତର୍ଯ୍ୟାମୀ ମହାପାତ୍ରଙ୍କ ସଭାପତିତ୍ୱ ଓ ପଣ୍ଡିତ ଚକ୍ରଧର ଆଚାର୍ଯ୍ୟଙ୍କ ସମ୍ପାଦନାରେ  ରୂପ୍ସା ହାଟ ମଧ୍ୟସ୍ଥ ଶିବ ମନ୍ଦିରରେ ଅନୁଷ୍ଠିତ ସଭାରେ ବିକାଶ ପରିଷଦର ସଦସ୍ୟ ଶୁବାଶିଷ ମହାନ୍ତି, ରାକେଶ କୁମାର ଦାସ, ରବୀନ୍ଦ୍ର ବେହେରା, ଚକ୍ରଧର ମହାନ୍ତି, ବୁଜୁ ହାଁସଦା, ରାସବିହାରୀ ବାରିକ୍ ପ୍ରମୁଖ ଉପସ୍ଥିତ ରହି ନୀରବ ପ୍ରାର୍ଥନା କରିଥିଲେ ।