ବଜରଙ୍ଗ ଦଳର ବାଇକ୍ ଶୋଭାଯାତ୍ରା  

 ଭଦ୍ରକ/ଧାମନଗର:  ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଜାତୀୟ ଯୁବ ଦିବସ ଅବସରରେ ଆଜି ବଜରଙ୍ଗ ଦଳ ପକ୍ଷରୁ ଏକ ବିଶ୍ୱାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଯୁବ ସମାଜକୁ ନିଶା ଠାରୁ ଦୂରେଇ ରଖିବା ସହ ନିଶାମୁକ୍ତ ସମାଜ ଗଠନ କରିବା ଆହ୍ୱାନ ଦେଇ ବିଶ୍ୱହିନ୍ଦୁ ପରିଷଦର ଯୁବ ସଂଗଠନ ବଜରଙ୍ଗ ଦଳ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଆଜି ଏକ ବାଇକ ରାଲିର ଆୟୋଜନ କରାଯାଇଥିଲା ।ଭଦ୍ରକ ଆଖଣ୍ଡଳମଣି ରାଜ୍ୟ ରାଜପଥର କୋଠାର ଛକ ଠାରୁ ଶହ ଶହ ଯୁବକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରିଗୁଡୁପୋଖରୀ, ବୟାଙ୍ଗଡ଼ିହି, ନଦୀଗାଁ, ଅର୍ଜୁନପୁର, ଜାହାଙ୍ଗିର,ଦକ୍ଷିଣବାଡ଼,ବିରୁହା ଆଦି ଅଞ୍ଚଳ ପରିକ୍ରମା କରି ଧାମନଗରସ୍ଥିତ ରାମ ମନ୍ଦିରରେ ପହଞ୍ଚି ଶେଷ ହୋଇଥିଲା । ବଜରଙ୍ଗ ଦଳର ପ୍ରାନ୍ତ ମିଳନ କେନ୍ଦ୍ର ପ୍ରମୁଖ ବିପିନ ବିହାରୀ ପଣ୍ଡା, ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସଭାପତି ପ୍ରସନ୍ନ ଷଡଙ୍ଗୀ, ଜିଲ୍ଲା ସମ୍ପାଦକ ବସନ୍ତ ରାଉତ, ଧାମନଗର ବ୍ଲକ ବିଶ୍ୱହିନ୍ଦୁ ପରିଷଦର ସମ୍ପାଦକ ସଞ୍ଜୟ ସ୍ୱାଇଁ, ସୁଶାନ୍ତ ରାଉତ, ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ବିଜୟ ଦାସ, ଅଶୋକ ଦାସ, କ୍ଷୀତିସ ରାଉତ, ରଞ୍ଜିତ ପୃଷ୍ଟି, ଦିପକ ବାରିକ, ବୁଦ୍ଧଦେବ ଲେଙ୍କା, ସୁଶାନ୍ତ ସାହୁ, ବିଭାସ ନାଥ, ଶକ୍ତିଦତ୍ତ ଦାସ,ବିଶ୍ୱଜିତ ପାତ୍ର, ରାଜେନ୍ଦ୍ର ବେହେରା, ଆଲୋକ ରାଉତ, ବିକ୍ରମ ପଣ୍ଡା,ସଞ୍ଜୟ ଦଳାଇ, ପ୍ରିୟ ରଂଜନ ପଣ୍ଡା, ଦୀପ୍ତି ରଞ୍ଜନ ଦାସ, ଆତୁତୋଷ ବୋଇତି, ସୁଶାନ୍ତ ଦାସ, ମାନସ ପରିଡ଼ା, ପ୍ରଶାନ୍ତ ପରିଡ଼ା, କଲ୍ୟାଣ ସାହୁ, ସତ୍ୟଜିତ ଦାସ, ସୁବ୍ରତ ସାହୁ, ରାମଚନ୍ଦ୍ର ଜେନା, ଅଶୋକ ଜେନା ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।