ବଜ୍ରାଘାତରେ ମୃତକଙ୍କ ପରିବାରକୁ ସହାୟତା 

 ଛତ୍ରପୁର : ଗତକାଲି ଛତ୍ରପୁର ବ୍ଲକ ଅନ୍ତର୍ଗତ ସରଭୀମପୁର ଗ୍ରାମର ବିଲରେ କାମ କରୁଥିବା ବଜ୍ରାଘାତରେ  ଦୁଇ ଜଣ ମହିଳାଙ୍କ ମୃତୁ୍ୟ ଘଟିଥିଲା । ମୃତ ମହିଳା ଦ୍ୱୟ ହେଲେ କୁନି ଗୌଡ଼ ଓ ନିରୁପମା ଗୌଡ଼ । ଉଭୟ ନଣନ୍ଦ ଓ ଭାଉଜ । ଯାହାଫଳରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏବଂ ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି । ତେବେ ଏହି ଘଟଣାକୁ ନେଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ରନାୟକଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ମୃତକ ପରିବାର ଲୋକଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଯାଇଛି । ତହସିଲଦାର ସମ୍ବିତ ସଂଗ୍ରାମ ଜିତ ସାହୁଙ୍କ ନିଦେ୍ର୍ଦଶକ୍ରମେ ଗ୍ରାମରେ ଅତିରିକ୍ତ ତହସିଲଦାର ଏନ. ରବି ପ୍ରଧାନ ପହଞ୍ଚô ଯୁବନେତା ବନୋଜ ନାହାକ, ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ ଓ ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ପୋଟଲାମପୁର ଆର ଆଇ ନିରଞ୍ଜନ ସାହୁଙ୍କ ଉପସ୍ଥିତରେ ସହାୟତା ରାଶି ପ୍ରଦାନ କରାଯାଇଛି ।